
ଗୁଜୁରାଟ : ଗୁଜୁରାଟର ମୋଟ୍ ପ୍ରାପ୍ତବୟସ୍କ ବର୍ଗର ୫୦% ରୁ ଅଧିକ ଲୋକ ଅନ୍ତତଃ ଗୋଟିଏ ଲେଖାଏ କୋଭିଡି ଟିକ୍ ଡୋଜ୍ ନେଇସାରିଥିବା ବୋଲି ସୂଚନା ମିଳିଛି। ୧୮ ରୁ ଅଧିକ ବୟସ ବର୍ଗର ସମୁଦାୟ ୨,୪୮,୫୬,୦୦୦ ଲୋକ ସେମାନଙ୍କର ପ୍ରଥମ ଡୋଜ୍ ପାଇଛନ୍ତି। ଜାନୁୟାରୀ ୧୬ ରେ ଟିକାକରଣ ଅଭିଯାନ ଆରମ୍ଭ ହେବାର ୬ ମାସରୁ ଅଧିକ ସମୟ ପରେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ଟିକାକରଣ ୩.୨୬ କୋଟିରେ ପହଞ୍ଚିଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିକାର ଉଭୟ ଡୋଜ ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା ୭୭.୫୭ ଲକ୍ଷକୁ ବୃଦ୍ଧି ପାଇଛି। ଅର୍ଥାତ ସମୁଦାୟ ଜନସଂଖ୍ୟାର ୧୫.୭୨ ପ୍ରତିଶତଙ୍କୁ କରୋନାର ସମ୍ପୂର୍ଣ୍ଣ ଟିକା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟିର ବୈଠକରେ ମଧ୍ୟ ଏ ବାବଦ ତଥ୍ୟ ଉପସ୍ଥାପନ କରାଯାଇଛି।
The post ଗୁଜୁରାଟର ୫୦% ପ୍ରାପ୍ତବୟସ୍କ କୋଭିଡ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି first appeared on Sambad.from କରୋନା | Sambad https://ift.tt/2TLy60L
0 Comments