ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୯୨୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୬

ଭୁବନେଶ୍ୱର: ରାଜ୍ୟରେ ଆଜି ୨୯୨୦ ଜଣ ଆକ୍ରାନ୍ତ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୮୨ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୨୮୬, ବାଲେଶ୍ୱରରୁ ୨୫୧, କେନ୍ଦ୍ରାପଡ଼ାରୁ ୨୧୬, ଯାଜପୁରରୁ ୧୯୨, ପୁରୀରୁ ୧୭୬, ଭଦ୍ରକରୁ ୧୬୦, ମୟୂରଭଂଜରୁ ୧୫୧, ଜଗତସିଂହପୁରରୁ ୧୪୮, ନୟାଗଡ଼ରୁ ୮୫ ଓ ଢେଙ୍କାନାଳରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟରୁ ୭୨, ଅନୁଗୁଳରୁ ୬୦, ରାୟଗଡ଼ାରୁ ୫୯, ମାଲକାନଗିରିରୁ ୫୮, ବରଗଡ଼ରୁ ୪୨, କେନ୍ଦୁଝରରୁ ୩୮, ସୁନ୍ଦରଗଡ଼ରୁ ୩୨, କଳାହାଣ୍ଡି ଏବଂ ସମ୍ବଲପୁରରୁ ୨୮ ଲେଖାଏଁ, କନ୍ଧମାଳରୁ ୨୭, ନବରଂଗପୁରରୁ ୨୫, ଗଂଜାମ ଏବଂ ସୁବର୍ଣ୍ଣପୁରରୁ ୧୭ ଜଣ ଲେଖାଏଁ, ବୌଦ୍ଧ ଏବଂ ଗଜପତିରୁ ୧୬ ଜଣ ଲେଖାଏଁ, ନୂଆପଡ଼ାରୁ ୧୪, ବଲାଙ୍ଗୀରରୁ ୧୧, ଝାରସୁଗୁଡ଼ାରୁ ୪, ଦେବଗଡ଼ରୁ ୩ ଓ ରାଜ୍ୟପୁଲରୁ ୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୯୨୦ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୬ first appeared on Sambad.

from କରୋନା | Sambad https://ift.tt/2UsBn58

Post a Comment

0 Comments