
ଚେନ୍ନାଇ: ଶନିବାର ଦିନ ତାମିଲନାଡୁ ସରକାର କେତେକ କଟକଣା କୋହଳ କରି ଆଉ ସପ୍ତାହେ ବା ଜୁନ୍ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି।
କିନ୍ତୁ, କରୋନାଭାଇରସ୍ ସଂକ୍ରମଣ ହାର ଅଧିକ ଥିବା ୧୧ଟି ଜିଲ୍ଲାରୁ କଟକଣା ହଟିବ ନାହିଁ। ଏହି ୧୧ଟି ଜିଲ୍ଲା ହେଉଛି କୋଏମ୍ବାଟୁର୍, ନୀଳଗିରି, ତରୁପ୍ପୁର, ଏରୋଡ୍, ସାଲେମ୍, କରୁର, ନମକ୍କଲ, ତାଞ୍ଜାଭୁର, ତିରୁବରୁର, ନାଗାପଟ୍ଟିନମ୍ ଏବଂ ମେୟିଲାଦୁତୁରାଇ।
ରାଜ୍ୟ ସରକାରଙ୍କ ପ୍ରେସ୍ ରିଲିଜ୍ ଅନୁସାରେ, ତେଜରାତି ଖୁଚୁରା ବିକ୍ରୟ, ପନିପରିବା, ଫଳ, ଫୁଲ ଏବଂ ଆମିଷ ଦୋକାନ ଆଦି ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିବ। ପାଇକାରୀ ବ୍ୟବସାୟ ହିସାବରେ କେବଳ ମାଛବଜାର ଓ କଂସେଇଖାନାକୁ ଖୋଲା ରଖିବା ଲାଗି ଅନୁମତି ଦିଆଯିବ। ସେହିପରି ୫୦% କର୍ମଚାରୀଙ୍କୁ ନେଇ ଦିଆଶିଲି କାରଖାନା ଚାଲି ପାରିବ ବୋଲି ସରକାର କହିଛନ୍ତି। ୩୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସରେ ପୁଣି କାର୍ଯ୍ୟ ଆରମ୍ଭ ହୋଇପାରିବ। ସବ୍ ରେଜିଷ୍ଟ୍ରାର୍ ଅଫିସଗୁଡ଼ିକରେ ଦୈନିକ ୫୦ଟି ଟୋକେନ୍ ମିଳିବ।
ସୂଚନାଯୋଗ୍ୟ, ଦେଶରେ ଅଧିକସଂଖ୍ୟକ କୋଭିଡ୍-୧୯ ରିପୋର୍ଟ ହେଉଥିବା ପାଞ୍ଚଟି ଜିଲ୍ଲା ମଧ୍ୟରୁ ତାମିଲନାଡୁ ଅନ୍ୟତମ। ଗତ ୨୪ ଘଣ୍ଟା ମଧ୍ୟରେ ସେ ରାଜ୍ୟରେ ୨୨,୬୫୧ ନୂତନ କରୋନାଭାଇରସ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ହେଉଛି ଦେଶରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ। ସମଗ୍ର ଦେଶର ସଂକ୍ରମଣ ସଂଖ୍ୟାର ୧୮.୭୯% ସଂକ୍ରମିତ ଅଛନ୍ତି ତାମିଲନାଡୁରେ।
The post ଜୁନ୍ ୧୪ ପର୍ଯ୍ୟନ୍ତ ସର୍ତ୍ତମୂଳକ ଲକ୍ଡାଉନ୍ ବୃଦ୍ଧି କଲା ତାମିଲନାଡୁ first appeared on Sambad.from କରୋନା | Sambad https://ift.tt/3geVWZO
0 Comments