
ହାଇଦ୍ରାବାଦ: ଭାରତ ବାୟୋଟେକ ଏବଂ ଆଇସିଏମ୍ଆର୍ ଦ୍ବାରା ପ୍ରସ୍ତୁତ ସଂପୂର୍ଣ୍ଣ ସ୍ବଦେଶୀ କୋଭିଡ୍ ଟିକା କୋଭାକ୍ସିନର ଚତୁର୍ଥ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ହେବ। ବାସ୍ତବ ସ୍ଥିତିରେ ଏହାର ଫଳପ୍ରଦତା କେତେ ତାହା ଜାଣିବା ପାଇଁ ଏହି ପରୀକ୍ଷଣ କରାଯିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କୋଭାକ୍ସିନର ୩ଟି ପର୍ଯ୍ୟାୟ ପରୀକ୍ଷଣରୁ ମିଳିଥିବା ସଫଳତା ଆଧାରରେ ଏହାର ବୈଶ୍ବିକ ମଂଜୁରି ପାଇଁ ଆଉ କୌଣସି ପ୍ରତିବନ୍ଧକ ନଥିବା ବେଳେ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ କେବଳ ଏହାର ସାଂପ୍ରତିକ ପ୍ରଭାବ ଅନୁଧ୍ୟାନ ପାଇଁ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ପୂର୍ବରୁ ୩ଟି ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ଫଳପ୍ରଦତା ୭୮% ରହିଥିଲା।
The post କୋଭାକ୍ସିନର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ ହେବ first appeared on Sambad.from କରୋନା | Sambad https://ift.tt/3ipYcjM
0 Comments