ନୂଆଦିଲ୍ଲୀ: କରୋନାଭାଇସ୍‌ଜନିତ ମୃତ୍ୟୁ ଯେଉଁଠି ଘଟିଥାଉ ନା, କାହିଁକି, ସେ ସବୁ କୋଭିଡ୍‌ ମୃତ୍ୟୁ ବୋଲି ସାର୍ଟିଫିକେଟ୍‌ ଦିଆଯିବା ଉଚିତ ବୋଲି କେନ୍ଦ୍ର ସରକାର ଗତ ରାତିରେ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି। ଅନ୍ୟୂନ ୬ଟି ରାଜ୍ୟରେ କୋଭିଡ୍‌ଜନିତ ପଞ୍ଜିକୃତ ମୃତ୍ୟୁସଂଖ୍ୟା ଏବଂ ବାସ୍ତବ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ଅମେଳ ରହୁଥିବା କଥା ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ଉଲ୍ଲଂଘନକାରୀ ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Image Courtesy of Free Press Journal

ପ୍ରାପ୍ତ ସୂଚନା ଅନୁସାରେ, କେବଳ ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା କରୋନାଭାଇରସ୍‌ ଆକ୍ରାନ୍ତମାନଙ୍କୁ କୋଭିଡ୍ ମୃତ୍ୟୁ ସାର୍ଟିଫିକେଟ୍‌ ଦିଆଯାଉଛି। ଘରେ କିଂବା ଡାକ୍ତରଖାନାର ପାର୍କିଙ୍ଗ୍‌ସ୍ଥଳରେ ମୃତ୍ୟୁବରଣ କରୁଥିବା କରୋନାଭାଇରସ୍‌ ଆକ୍ରାନ୍ତମାନଙ୍କୁ ସାର୍ଟିଫିକେଟ୍‌ ଦିଆଯାଉ ନ ଥିବାରୁ ପ୍ରକୃତ ଓ ପଞ୍ଜିକୃତ ମୃତ୍ୟୁସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ଦେଖା ଦେଉଛି।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଏବର୍ଷ ଏବଂ ଅତୀତରେ ମଧ୍ୟ ମୃତ୍ୟୁସଂଖ୍ୟାରେ ତାରତମ୍ୟ ଦେଖାଦେଇଛି। କେବଳ ଏହି ୫ଟି ରାଜ୍ୟରେ ୪.୮ ଲକ୍ଷ ଅଣପଞ୍ଜିକୃତ ମୃତ୍ୟୁ ଘଟିଥିବା କଥା ପୂର୍ବରୁ ଏକ ତଥ୍ୟାବଳି ବିଶ୍ଳେଷଣରୁ ଜଣାପଡ଼ିଥିଲା।

The post କୋଭିଡ୍-୧୯ଜନିତ ପ୍ରତ୍ୟେକ ମୃତ୍ୟୁ ପାଇଁ ସାର୍ଟିଫିକେଟ୍ ଦିଆ ନ ଗଲେ କାର୍ଯ୍ୟାନୁଷ୍ଠାନ: ଅଦାଲତରେ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3cSNJts