
ନୂଆଦିଲ୍ଲୀ: ସହର ବଜାରରେ ପ୍ରବଳ ଜନଗହଳି କୋଭିଡ୍-୧୯ ତୃତୟ ପ୍ରବାହକୁ ତ୍ବରାନ୍ବିତ କରିବ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଛନ୍ତି।
ମାସ୍କ୍ ପିନ୍ଧି ନ ଥିବା ଏବଂ କୋଭିଡ୍-୧୯ ନିୟମାବଳି ଅବଜ୍ଞା କରୁଥିବା ସହର ବଜାରର ଫଟୋ ସବୁ ‘ହ୍ବାଟ୍ସ୍ଆପ୍’ରେ ପ୍ରସାରିତ ହେଉଥିବା ଦେଖି ଆପଣାଛାଏଁ ଦିଲ୍ଲୀ ହାଇକୋର୍ଟ ଉପରୋକ୍ତ ଆଶଙ୍କା ପ୍ରତି ଅବଗତ ହୋଇ ସରକାରଙ୍କୁ ନୋଟିସ୍ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଏକ ‘ଷ୍ଟାସଟ୍ ରିପୋର୍ଟ’ ଫାଇଲ୍ କରିବା ଲାଗି ଅଦାଲତ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦେଇଥିବା ନୋଟିସ୍ରେ କହିଛନ୍ତି। ଅଦାଲତ କହିଛନ୍ତି ଯେ, କୋଭିଡ୍-୧୯ ମାମଲାକୁ ଅଧିକ ବିସ୍ତାର ନ କରାଇଦେବା ଲାଗି ଜାତୀୟ ରାଜଧାନୀରେ ଅପେକ୍ଷାକୃତ କଠୋର ପଦକ୍ଷେପ ଆବଶ୍ୟକ।
ବିଚାରପତି ନବୀନ ଚାୱଲା ଏବଂ ଆଶା ମେନନଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଆହୁରି ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, କୋଭିଡ୍ ନିୟମାବଳିର ଏଭଳି ଉଲ୍ଲଂଘନ ତୃତୀୟ ପ୍ରବାହକୁ ତ୍ବରାନ୍ବିତ କରିବ। ଏବଂ ତାହାକୁ କୌଣସି ପରିସ୍ଥିତିରେ ଘଟାଇ ନ ଦେବା ଉଚିତ।
କଠୋର କଟକଣା ଲାଗୁ କରିବା, ଦୋକାନୀମାନଙ୍କୁ ସଚେତନ କରିବା ଏବଂ ଏ ସଂକ୍ରାନ୍ତରେ ବଜାର ଓ ଉଠାଦୋକାନୀ ସଂଘମାନଙ୍କ ସହ ବୈଠକ କରିବା ଲାଗି ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।
The post ସହର ବଜାରରେ ପ୍ରବଳ ଜନଗହଳି କୋଭିଡ୍-୧୯ ତୃତୟ ପ୍ରବାହକୁ ତ୍ବରାନ୍ବିତ କରିବ: କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସତର୍କ କରାଇଲେ ଦିଲ୍ଲୀ ହାଇକୋର୍ଟ first appeared on Sambad.from କରୋନା | Sambad https://ift.tt/3gBhXU7
0 Comments