
ମାଲକାନଗିରି: ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିର ଛବିରାଣୀ ପୃଷ୍ଟି ନାମକ ମହିଳା ଗତକାଲି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଂକୁ କୋଭିଡ-୧୯ ସଂକ୍ରମଣ କରିଥିବା ଜଣାପଡିଥିଲା। କିନ୍ତୁ ତାଂକର ଶରୀରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିଲା।ତେଣୁ ତାଂକୁ ତୁରନ୍ତ ରକ୍ତ ପ୍ରଦାନ ନେଇ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଛବିରାଣୀଙ୍କର ବିରଳ ରକ୍ତ ବି ନେଗେଟିଭ ହୋଇଥିବାରୁ ଏହି ରକ୍ତ ସହଜରେ ମିଳିବା ଅସମ୍ଭବ ଲାଗୁଥିଲା।
ପରିବାର ଲୋକେ ମଧ୍ୟ ବହୁ ଜଣଙ୍କୁ ଅନୁରୋଧ କରି ଥକି ପଡିଥିଲେ। ଏହା ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରାଯାଇଥିଲା। ତେବେ ମାଲାକନଗିରିର ସ୍ବେଚ୍ଛାସେବୀ ଯୁବକ ସଂଘ ଜୟ ମାଲକାନଗିରି ଗ୍ରୁପର ସଦସ୍ୟମାନେ ଏହା ଜାଣିବା ପରେ ତୁରନ୍ତ ଏମଭି-୭ ଗ୍ରାମର ଅନୁପମ ମାଳିଙ୍କୁ ସାକ୍ଷାତ କରିଥିଲେ। ଅନୁପମଙ୍କର ବି-ନେଗେଟିଭ ରକ୍ତ ରହିଥିବା ଏହି ଗ୍ରୁପର ସଦସ୍ୟମାନେ ପୂର୍ବରୁ ଅବଗତ ରହିଥିଲେ।ତେବେ ଯୁବକଙ୍କୁ ସାକ୍ଷାତ କରି ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଜୟ ମାରକାନଗିରି ଗ୍ରୁପର ରବୀ ରାଜେଶ ଓ ଅନ୍ୟ ସଦସ୍ୟମାନେ ଅନୁରୋଧ କରିବା ପରେ ଅନୁପମ ତୁରନ୍ତ ରକ୍ତଦାନ କରିବା ପାଇଁ ବାହାରି ପଡିଥିଲେ। ଅନୁପମଙ୍କ ରକ୍ତଦାନ ଯୋଗୁଁ ଆଜି ଛବିରାଣୀଙ୍କ ଜୀବନ ବଂଚିଯାଇଥିବା କୁହାଯାଇଛି। ତେବେ ଅନୁପମଙ୍କ ଏହି ସହଯୋଗ ଯୋଗୁଁ ସାଧାରଣରେ ତାଂକୁ ପ୍ରଶଂସା କରାଯାଇଛି।
The post ବିରଳ ରକ୍ତଦେଇ କୋଭିଡ ସଂକ୍ରମିତ ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ first appeared on Sambad.from କରୋନା | Sambad https://ift.tt/3gbNZ9e
0 Comments