ନୂଆଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ସୂତ୍ର ବ୍ୟବସାୟ ପାଇଁ ଅନୁକୂଳ ନୁହେଁ ଜଣାଇ ଦିଲ୍ଲୀ ସରକାରଙ୍କୁ ଦେଶୀୟ ବ୍ୟାବସାୟିକ ସଙ୍ଗଠନ ‘କନ୍‌ଫେଡେରେନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପତ୍ର ଲେଖିଛନ୍ତି।

ଶନିବାର ଦିନ ଅରବିନ୍ଦ କେଜ୍ରିୱାଲ୍‌ ନେତୃତ୍ବାଧୀନ ଦିଲ୍ଲୀ ସରକାର ସୋମବାର ଠାରୁ ‘ଅନ୍‌ଲକ୍‌’ ଘୋ‌ଷଣା କରିବା ସହ କହିଥିଲେ କି, ଜାତୀୟ ରାଜଧାନୀର ଦୋକାନବଜାର ସବୁ ‘ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଖୋଲି ବ୍ୟବସାୟ ଚଳାଇପାରିବେ। ଏହି ସୂତ୍ରକୁ ବିରୋଧ କରି ଗତକାଲି ‘ସିଏଆଇଟି’ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛି।

Image Courtesy of Yahoo News India

ସହର ‘ଅନ୍‌ଲକ୍‌’ କରିବା ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଉକ୍ତ ପତ୍ରରେ ‘ସିଏଆଇଟି’ ସ୍ବାଗତ କରିବା ସହ କହିଛି କି, ଦିଲ୍ଲୀରେ ପ୍ରଚଳିତ ବ୍ୟବସାୟ ପାଇଁ ଯୁଗ୍ମ-ଅଯୁଗ୍ମ ସୂତ୍ର ସୁବିଧାଜନକ ନୁହେଁ। ଏହାର କାରଣ ହେଉଛି, ଦିଲ୍ଲୀ ଦେଶର ବୃହତ୍ତମ ଆବଣ୍ଟନ କେନ୍ଦ୍ର ହୋଇଥିବାରୁ ଏହାର ‌ବାଣିଜ୍ୟିକ ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟବସାୟ ପାଇଁ ସାମଗ୍ରୀ ଖରିଦ କରିବା ଲାଗି ଏଠାରେ ଜଣେ ବେପାରୀ ଅନ୍ୟ ଜଣେ ବେପାରୀ ଉପରେ ସର୍ବଦା ନିର୍ଭରଶୀଳ।

ଏହାଛଡ଼ା, ଯୁଗ୍ମ-ଅଯୁଗ୍ମ ସୂତ୍ର ଗ୍ରାହକମାନଙ୍କୁ ବିଭ୍ରାନ୍ତ କରିବ ଏବଂ ସେମାନେ ଖରିଦ କରିବାକୁ ଇଚ୍ଛୁକ ସାମଗ୍ରୀଗୁଡ଼ିକର ଦୋକାନ ଖୋଲିଛି କି, ବନ୍ଦ ଅଛି, ତାହା ଜାଣି ପାରିବେ ନାହିଁ ବୋଲି ‘ସିଏଆଇଟି’ କହିଛି। ଏହି ନି‌ଷ୍ପତ୍ତିର ପୁନର୍ବିଚାର ପାଇଁ ‘ସିଏଆଇଟି’ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛି।

The post ଯୁଗ୍ମ-ଅଯୁଗ୍ମ ସୂତ୍ର ବ୍ୟବସାୟ ପାଇଁ ଅନୁକୂଳ ନୁହେଁ ଜଣାଇ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖିଲା ବ୍ୟାବସାୟିକ ସଙ୍ଗଠନ first appeared on Sambad.

from କରୋନା | Sambad https://ift.tt/2T2xdA2