ନୂଆଦିଲ୍ଲୀ: ‘କୋଭାକ୍ସିନ୍’ ‘କୋଭିଡ୍-୧୯’ର ‘ଆଲ୍ଫା’ ଏବଂ ‘ଡେଲ୍ଟା’ ଭେରିଆଣ୍ଟ୍ଙ୍କୁ ସଫଳତାର ସହ ନିଷ୍କ୍ରିୟ କରୁଛି ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାସ୍ଥ୍ୟ ଓ ମାନବ ସେବା ବିଭାଗର ଅଂଶବିଶେଷ ‘ଦି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ସ୍ ଅଫ୍ ହେଲ୍ଥ୍’ (ଏନ୍ଆଇଏଚ୍) କହିଛି।
ପ୍ରଥମେ ଇଂଲଣ୍ଡ ଏବଂ ପରେ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୍-୧୯ର ‘ବି.୧.୧.୭’ (ଆଲ୍ଫା) ଏବଂ ‘ବି.୧.୬୧୭’ (ଡେଲ୍ଟା) ଭେରିଆଣ୍ଟ୍କୁ ନିଷ୍କ୍ରିୟ କରୁଥିବା ଆଣ୍ଟିବଡି ସୃଷ୍ଟି କରିବାରେ ‘କୋଭାକ୍ସିନ୍’ ସଫଳ ବୋଲି ଦୁଇଟି ଅଧ୍ୟୟନରୁ ଉଦ୍ଧୃତ କରି ‘ଏନ୍ଆଇଏଚ୍’ କହିଛି। ‘କୋଭାକ୍ସିନ୍’ ନେଇଥିବା ଲୋକମାନଙ୍କ ‘ବ୍ଲଡ୍ ସିରମ୍’ ଉପରେ ହୋଇଥିବା ଦୁଇଟି ଅଧ୍ୟୟନର ଫଳାଫଳରୁ ଏ କଥା ଜଣାପଡ଼ିଛି।
‘ଏନ୍ଆଇଏଚ୍’ ଆହୁରି ମଧ୍ୟ କହିଛି ଯେ, ହାଇଦ୍ରାବାଦର ଭାରତ ବାୟୋଟେକ୍ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ରେ ଥିବା ‘ସାର୍ସ-କୋଭ୍-୨’ର ଅକ୍ଷମ ରୂପ ବହୁଗୁଣିତ ହୋଇ ନ ପାରୁଥିଲେ ମଧ୍ୟ ଭୂତାଣୁ ମୁକାବିଲା ନିମନ୍ତେ ଆବଶ୍ୟକ ରୋଗ ପ୍ରତିରୋଧକ ଧାରା ତ୍ବରାନ୍ବିତ କରି ପାରୁଛି।
ଏକଥା ଉଲ୍ଲେଖ କରିବା ପ୍ରାସଙ୍ଗିକ ଯେ, ଏହି ଟିକା ନିରାପଦ ଏବଂ ଏହାକୁ ସହଜରେ ସହ୍ୟ କରି ହେଉଛି ବୋଲି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରୁ ସୂଚନା ମିଳିଛି। ଏହା ବ୍ୟତିରେକେ, ‘କୋଭିଡ୍-୧୯ ଆକ୍ରାନ୍ତ’ ହୋଇ ଚିକିତ୍ସାଧୀନ ଅବସ୍ଥାକୁ ଯିବା ଲକ୍ଷଣହୀନ ସଂକ୍ରମଣ ମାମଲା ସମେତ ସାଙ୍ଘାତିକ ସଂକ୍ରମଣ କ୍ଷେତ୍ରରେ ଏହା ୧୦୦% ଏବଂ ଲକ୍ଷଣଯୁକ୍ତ ସଂକ୍ରମଣ କ୍ଷେତ୍ରରେ ୭୮% ଫଳପ୍ରଦ ହେଉଥିବା କଥା ଅପ୍ରକାଶିତ ୩ୟ ପର୍ଯ୍ୟାୟର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି।
The post ‘କୋଭିଡ୍-୧୯’ର ‘ଆଲ୍ଫା’ ଏବଂ ‘ଡେଲ୍ଟା’ ଭେରିଆଣ୍ଟ୍ଙ୍କୁ ସଫଳତାର ସହ ନିଷ୍କ୍ରିୟ କରୁଛି ‘କୋଭାକ୍ସିନ୍’: ଆମେରିକାର ‘ଏନ୍ଆଇଏଚ୍’ first appeared on Sambad.from କରୋନା | Sambad https://ift.tt/3hdHFx6
0 Comments