
ଭୁବନେଶ୍ବର: କୋଭିଡ୍ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ରୋଗୀ ଯଦି କୋଭିଡ୍ ନେଗେଟିଭ ଥାଆନ୍ତି, ତାହାଲେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଫଳରେ ବିଧି ମୁତାବକ ମୃତକଙ୍କ ଶେଷକୃତ୍ୟ କରିବାକୁ ପରିବାରଲୋକ ସୁଯୋଗ ପାଇପାରିବେ। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି ହୋଇଛି।
କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ମୃତକଙ୍କ ଶେଷକୃତ୍ୟ ସ୍ଥାନୀୟ ପ୍ରଶାସନ ହାତରେ ରହିଛି। ହେଲେ ଅନେକ ସମୟରେ ମୃତକଙ୍କୁ ନେଇ ପରିବାର ଓ ହସ୍ପିଟାଲ ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି। ଅନେକ କ୍ଷେତ୍ରରେ ପରିବାରଲୋକ ମୃତଦେହ ଦାବି କରୁଥିଲେ ହେଁ ପୂର୍ବ ନିୟମ ଅନୁସାରେ ପ୍ରଶାସନ ହିଁ ଶେଷକୃତ୍ୟ କରିଆସୁଛି। ମାତ୍ର ଏବେ ଏହି ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। କୋଭିଡ୍ ନେଗେଟିଭ ଥିବା ମୃତକଙ୍କୁ ସିଲ୍ଡ ବ୍ୟାଗ୍ରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ମୃତଦେହ ହସ୍ତାନ୍ତର ସମୟରେ ପରିବାରଲୋକଙ୍କୁ କୋଭିଡ୍ ନିୟମ ପାଳନ ନେଇ ଅଣ୍ଡରଟେକିଂ ଦେବାକୁ ହେବ। ପରିବାରଲୋକ ବ୍ୟାଗ୍ ଖୋଲି ମୃତକଙ୍କୁ ଛୁଇଁ ପାରିବେ ନାହିଁ କିମ୍ବା ଆଲିଙ୍ଗନ କରିପାରିବେ ନାହିଁ। ମୃତଦେହ ହସ୍ତାନ୍ତର ସମୟରେ ହସ୍ପିଟାଲ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଶରୀରକୁ ସାନିଟାଇଜ୍ କରିବା ଲାଗି କୁହାଯାଇଛି।
The post କୋଭିଡ୍ ନେଗେଟିଭ ମୃତଦେହକୁ ନେଇପାରିବେ ପରିବାରବର୍ଗ: ବ୍ୟାଗ ଖୋଲି ଛୁଇଁବା ଓ ଆଲିଙ୍ଗନ ମନା first appeared on Sambad.from କରୋନା | Sambad https://ift.tt/2TjJNvk
0 Comments