ଭୁବନେଶ୍ବର : ରାଜଧାନୀରୁ ସୋମବାର ୨୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୫୧ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଲଗାତାର ଅଧିକ ରହୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୪କୁ ଖସିଆସିଛି। ରାଜଧାନୀରେ ସୁସ୍ଥ ହାର ଦେଖିଲେ ଦୁଇ ଦିନରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିବାର ସମ୍ଭାବନା ସୃଷ୍ଟି ହୋଇଛି। ସୋମବାର ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି କହିଛି।

ସେହିପରି ବହୁଦିନ ପରେ ପଟିଆରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଦ୍ବିତୀୟ ଲହରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ପଟିଆ ଅଞ୍ଚଳରେ ଆଜି ମାତ୍ର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମ୍‌ସ ନଗରରୁ ୮ଜଣ, ବଡ଼ଗଡ଼ରୁ ୧୦ଜଣ, ବରମୁଣ୍ଡାରୁ ୧୩ଜଣ, ଖଣ୍ଡଗିରିରୁ ୧୭ଜଣ, ଚନ୍ଦ୍ରଶେଖରପୁରରୁ ୧୭ଜଣ, ଝାରପଡ଼ାରୁ ୧୦ଜଣ, ନୂଆପଲ୍ଲୀରୁ ୧୬ଜଣ, ନୀଳାଦ୍ରିବିହାରରୁ ୧୨ଜଣ, ପୁରୁଣା ଭୁବନେଶ୍ବରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଛନ୍ତି।

The post ସୁଧୁରୁଛି ରାଜଧାନୀ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିବ first appeared on Sambad.

from କରୋନା | Sambad https://ift.tt/3wN2czb