
ରାଉରକେଲା: ଇସ୍ପାତ ସହରରେ ଶତାଧିକ ବାସହୀନ ଅଛନ୍ତି। ସଂପ୍ରତି ଟିକାକରଣ ପ୍ରକ୍ରିୟା ଜୋର୍ ଧରିଥିବାବେଳେ ଏମାନେ କିନ୍ତୁ ବାଦ୍ ପଡ଼ିଥିଲେ। ବାସହୀନଙ୍କୁ ଟିକା ଦିଆଯାଉନଥିଲା କିମ୍ବା ଏମାନଙ୍କର କୋଭିଡ୍ ଟେଷ୍ଟ୍ ବି କରାଯାଉନଥିଲା। ଫଳରେ ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଦୁଶ୍ଚିନ୍ତା ଲାଗରହିଥିଲା। ତେବେ ଆଜି ଏହାର ସମାଧାନ କରାଯାଇଛି। ଆଜି ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ବାସହୀନମାନଙ୍କୁ ଟିକା ଦିଆଯାଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ଆୟୋଜିତ ସ୍ବତନ୍ତ୍ର ଟିକା ଦାନ କେନ୍ଦ୍ରରେ ସହରର ୬୯ ଜଣ ବାସହୀନ ଟିକା ନେଇଥିଲେ। ଏମାନଙ୍କୁ ନେବାଆଣିବା ପାଇଁ ଆର୍ଏମ୍ସି ପକ୍ଷରୁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଥିଲା।
The post ବାସହୀନଙ୍କୁ କୋଭିଡ୍ ଟିକା: ଟିକା ନେଲେ ୬୯ ଜଣ first appeared on Sambad.from କରୋନା | Sambad https://ift.tt/2TDq4qc
0 Comments