ଟିକାକରଣ ପ୍ରସଙ୍ଗ ରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କର ସତ୍ୟପାଠ ଦାଖଲ

ନୁଆଦିଲ୍ଲୀ: କୋଭିଡ୍‌ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।ସତ୍ୟପାଠରେ କୁହାଯାଇଛି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅପରେସନାଲ ଗାଇଡଲାଇନ୍ସ ଅର୍ନ୍ତଗତ ତ୍ବରାନ୍ନିତ କରାଯାଉଛି।ରାଜ୍ୟରେ ମେ ୧,୨୦୨୧ ରୁ ଆରମ୍ଭ କରାଯାଇଥିବା ତୂତୀୟ ପର୍ଯ୍ୟାୟ କୋଭିଦ -୧୯ ଟିକାକରଣ କାର୍ଯ୍ୟକ୍ରମ ଲିବରାଲାଇଜଡ୍ ପ୍ରାଇସିଂ ଆଣ୍ଡ ଆସିଲିରେଟେଡ ନ୍ୟାସନାଲ କୋଭିଦ-୧୯ ଭ୍ୟାକସିନେଶନ ଷ୍ଡ୍ରାଟାଜି ଅର୍ନ୍ତଗତ ନିର୍ଦ୍ଦେଶିତ ରହିଥିବାର ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ମାର୍ଚ୍ଚ ୩୦,୨୦୨୧ରେ ସମସ୍ତ ଜିଲ୍ଲାପାଳ,ମ୍ୟୁନିସିପାଲ କମିଶନରଙ୍କୁ ପତ୍ରଲେଖାଯାଇ ଅତ୍ୟାବଶ୍ୟକ ଜରୁରୀ ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀ,ଜଳ ଯୋଗାଣ କର୍ମଚାରୀ ଓ ପରିବହନ କର୍ମଚାରୀଙ୍କୁ କରୋନା ଯୋଧାଭାବେ ଟିକାକରଣରେ ସାମିଲ କରାଯିବାକୁ ନେଇ ସୁଚିତ କରାଯାଇଥିବାର ସତ୍ୟପାଠରେ କୁହାଯାଇଛି।ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ୨୩ ପୂଷ୍ଠାର ସତ୍ୟପାଠରେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗଧାଡିର କରୋନା ଯୋଧ‌ାଭାବେ ଘୋଷଣାକରିବା ସହିତ ସମସ୍ତ ସ୍ବୀକୂତପ୍ରାପ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କର କୋଭିଦ-୧୯ ଟିକାକରଣ କରାଇବା ନିଷ୍ପତି ନେଇଥିବାର ଉଲ୍ଲେଖ କରିଛନ୍ତି। ସତ୍ୟପାଠରେ ରାଜ୍ୟ ସରକାର ମେ,୧୩,୨୦୨୧ରେ ଜଙ୍ଗଲ ବିଭାଗର କର୍ମଚାରୀ ଓ ସମସ୍ତ ଫରେଷ୍ଟ ଗାର୍ଡ,ବ୍ୟାଙ୍କିଂ କର୍ମଚାରୀ,ବୀମା କଂପାନୀ,ଏନସିପିଆଇ ପେମେଣ୍ଟ କର୍ମଚାରୀ,ଭେଣ୍ଡର,କ୍ୟାସ ଲଜିଷ୍ଟିକ କଂପାନୀ,କ୍ୟାସ ଇନ ଟ୍ରାନଜିଟ କଂପାନୀ,ବ୍ୟାଙ୍କିଂ କରେସପଣ୍ଡେନସ୍,ଏଟିଏମ୍ ରକ୍ଷଣାବେକ୍ଷଣା କର୍ମଚାରୀ,ରେଲୱେ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ,ଚାଇଲ୍ଡ ଲାଇନ କର୍ମଚାରୀ,ୱାନ ଷ୍ଟପ ସେଣ୍ଟର,ଶିଶୁ ଯତ୍ନ କେନ୍ଦ୍ର ଓ ୧୮୧ ହେଲ୍ପଲାଇନ କର୍ମଚାରୀ,ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ଫିଲିଂ ଷ୍ଟେସନ ଓ କଲ ସେଣ୍ଟର କର୍ମଚାରୀଙ୍କୁ ଆଗଧାଡି କରୋନା ଯୋଧା ଭାବେ ଗ୍ରହଣ କରି ଟିକାକରଣରେ ଅଗ୍ରାଧିକାର ଦିଆଯିବା ନେଇ ନିଷ୍ପତ୍ତି ନେଇଥିବାର ଦର୍ଶାଇଛନ୍ତି।ଏଥିସହିତ ରାଜ୍ୟ ସରକାର ସାସ୍ଥ୍ୟସେବା କର୍ମଚାରୀ,ଫ୍ରଣ୍ଟଲାଇନ ୱାରକର୍ ତଥା ୪୫ ବର୍ଷରୁ ଅଧିକ ଆୟୁର ବ୍ୟକ୍ତିମାନଙ୍କର ଟିକାକରଣ କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇଦିଆଯାଉଥିବା ଟିକା ରେ କରାଯାଉଥିବାର ସତ୍ୟପାଠରେ ସୁଚିତ କରିଛନ୍ତି।

Image Courtesy of Bloomberg Quint

ସତ୍ୟପାଠରେ ରାଜ୍ୟ ସରକାର ସ୍ପଷ୍ଟରୁପେ ଉଲ୍ଲେଖ କରି କହିଛନ୍ତି ୧୮ ରୁ ୪୪ ବର୍ଷର ବ୍ୟକ୍ତି ମାନଙ୍କୁ କୋଭିଦ -୧୯ ଟିକାକରଣ କାର୍ଯ୍ୟକ୍ରମ ଅର୍ନ୍ତଗତ ମେ,୧,୨୦୨୧ରୁ ମାଗଣାରେ ଟିକାକରଣ କରାଇବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି।ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଏପ୍ରିଲ ୨୮,୨୦୨୧ରେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜଣାଇଦିଆଯାଇଥିଲା।ରାଜ୍ୟ ସରକାର ଆବଶ୍ୟକତା ଅନୁସାରେ ଟିକା ଉତ୍ପାଦନକାରୀଙ୍କ ଠାରୁ ଟିକା ପ୍ରକ୍ୟୁର କରି ମାଗଣାରେ ଟିକାକରଣ କରୁଛନ୍ତି ବୋଲି ସତ୍ୟପାଠରେ ରାଜ୍ୟ ସରକାର ଦର୍ଶାଇଛନ୍ତି।କେନ୍ଦ୍ର ସରକାରଙ୍କ ଦ୍ବାରା ଜାତୀୟ କୋଭିଦ -୧୯ ଟିକାକରଣ କାର୍ଯ୍ୟକ୍ରମର ତ୍ବରାନ୍ନିତ ପାଇଁ ସଂଶୋଧିତ ଗାଇଡଲାଇନର ଘୋଷଣା କରାଯାଇଛି ଯେଉଁଥିରେ ରାଜ୍ୟମାନଙ୍କୁ ମେ,୨୧,୨୦୨୧ରୁ ଭ୍ୟାକସିନ ଡୋଜ ମାଗଣାରେ ଯୋଗାଇଦିଆଯିବାର କୁହାଯାଇଛିା।ଏହା କୁହାଯାଇଛି ଭ୍ୟାକସିନ୍ ଡୋଜ ରାଜ୍ୟ ସରକାରଙ୍କ ଦ୍ବାରା ମାଗଣାରେ ଉପଲ୍ପଧ କରାଯିବ ଯାହାର ଆବଣ୍ଟନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମାନଙ୍କୁ ଜନସଂଖ୍ୟା, ରୋଗର ବୋଝ ତଥା ଟିକାକରଣର ପ୍ରଗତି ଉପରେ ଆଧାରିତ ରହିବ, ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ,ଗତ ମାସ ୩୧ରେ ସୁପ୍ରିମକୋର୍ଟ ଟିକାକରଣ ପ୍ରସଙ୍ଗରେ କେନ୍ଦ୍ର,ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମାନଙ୍କୁ ଦୁଇ ସପ୍ତାହଭିତରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟିକାକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଜୁନ,୩୦ରେ ଶୁଣାଣି କରିବେ।

The post ଟିକାକରଣ ପ୍ରସଙ୍ଗ ରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କର ସତ୍ୟପାଠ ଦାଖଲ first appeared on Sambad.

from କରୋନା | Sambad https://ift.tt/2UO8fWd

Post a Comment

0 Comments