
ଭୁବନେଶ୍ବର : କୋଭିଡରେ ଆକ୍ରାନ୍ତ ହୋଇ ରାଜଧାନୀରେ ଆଉ ଜଣେ ସିପାହୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ସ୍ପେସାଲ ସିକ୍ୟୁରିଟି ବାଟାଲିଅନରେ କାର୍ଯ୍ୟରତ ସିପାହୀ ମନୋଜ ଭୋଇ। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ପୂରଣର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମନୋଜ ଲୋକସେବା ଭବନରେ ଡ୍ୟୁଟି କରୁଥିଲେ। ଗତ ମାସ ୧୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ହାଇଟେକ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଅବନତି ଘଟିଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ପେସାଲ ସିକ୍ୟୁରିଟି ବାଟାଲିଅନରେ ଶୋକର ଛାୟା ଖେଳି ଯାଇଥିଲା। କୋଭିଡ୍ ଯୋଦ୍ଧା ହିସାବରେ ସତ୍ୟନଗର ଶ୍ମଶାନରେ ମନୋଜଙ୍କ ଫଟୋରେ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀ, ଏସଟିଏଫ୍ ଏସପି ତଥା ମନୋଜଙ୍କ ମାମୁଁ ମନୋଜ ପ୍ରଶାନ୍ତ କୁମାର ଭୋଇଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଶେଷକୃତ୍ୟ କରାଯାଇଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ କିଛି ଦିନ ତଳେ ସପ୍ତମ ବାଟାଲିଅନର ଜଣେ ସିପାହୀ କୋଭିଡରେ ପ୍ରାଣ ହରାଇଥିଲେ। ଦୁଇ ସିପାହୀ କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିଲେ।
The post କୋଭିଡ୍ରେ ପ୍ରାଣ ହରାଇଲେ ଆଉ ଜଣେ ସିପାହୀ, ୨୦ ଦିନ ହେଲା ଚିକିତ୍ସିତ ହେଉଥିଲେ first appeared on Sambad.from କରୋନା | Sambad https://ift.tt/3g9OL58
0 Comments