
ଦୁଇ ଡୋଜ୍ ଟିକା ନେଲାପରେ ଜଣେ କରୋନାରୁ ମୁକ୍ତି ପାଇଯିବେ, ସେଭଳି ଭାବିବା ଆଦୌ ଠିକ୍ ନୁହେଁ। ଦ୍ବିତୀୟ ଟିକା ନେବାରୁ ୧୫ଦିନରୁ ତୃତୀୟ ସପ୍ତାହ ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଫଳରେ, ଏହାକୁ ଦୃଷ୍ଟିରେ ରଖି କିଛିଦିନ ଆମେ ଜଗିକି ଚଳିବାକୁ ହେବ। ଟିକା ନେବାପରେ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଇମ୍ୟୁନିଟି କମି ପୁଣି ବୃଦ୍ଧି ହେବାର ସମୟ ଭିତରେ ଯଦି କୋରୋନା ଆକ୍ରାନ୍ତ ହେଲେ, ତା’ହେଲେ ସମସ୍ୟା ସୃଷ୍ଟି କରିବ। ଯେଉଁଥିପାଇଁ ଦୁଇଟି ଟିକା ନେଇ ବି ଲୋକେ ସଂକ୍ରମିତ ହେଉଛନ୍ତି ।
ତେବେ, ଟିକା ନେବାପରେ ପ୍ରାୟ ୬୦ ବର୍ଷ ବୟସର ଲୋକ କରୋନାରେ କମ୍ ସଂକ୍ରମିତ ହୋଇଛନ୍ତି। ଆଉ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ସୁସ୍ଥ ହେଉଛନ୍ତି। କରୋନାର ଦ୍ବିତୀୟ ଲହରରେ ଯୁବକ ମାନେ ବେଶି ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ମୁତ୍ୟୁମୁଖରେ ବି ପଡ଼ିଛନ୍ତି।
ତୃତୀୟ ଲହର ଦ୍ବିତୀୟ ଲହରଠାରୁ ଅଧିକ ସାଂଘାତିକ ହେବ। ତୃତୀୟ ଲହରରେ ଭାଇରସ୍ ର ମିୟୁଟେସନ ବୃଦ୍ଧି ପାଏ ଓ ଟ୍ରାନ୍ସମିସନ୍ ଅଧିକ ବ୍ୟାପିଥାଏ। ତେଣୁ ସାଂଘାତିକ ହେବାର ଆଶଙ୍କା ରହିଛି। ଟିକା ନେଇ ନଥିବାରୁ ଶିଶୁମାନେ ଅସୁରକ୍ଷିତ। ଯେଉଁଥିପାଇଁ ପିଲାମାନଙ୍କର ବା ଶିଶୁମାନଙ୍କର ଅଧିକା କ୍ଷତି ହେବାର ଆଶଙ୍କା ରହିଛି । ତେଣୁ ପିଲାମାନଙ୍କୁ ଘର ଭିତରେ ରଖିଲେ ସେମାନେ ସୁରକ୍ଷିତ ରହିବେ।
The post ଦୁଇ ଡୋଜ୍ ଟିକା ନେବାପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସମୟ ଲାଗିବ first appeared on Sambad.from କରୋନା | Sambad https://ift.tt/2TNXeUi
0 Comments