କୋଭିଡ୍ ହସ୍ପିଟାଲ୍‌ରେ ୧୧ ମୃତ

ସମ୍ବଲପୁର : କୋଭିଡ୍ ହସ୍ପିଟାଲ୍‌ରେ ବୁଧବାର ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା ଭିମ୍‌ସାର୍‌ ହସ୍ପିଟାଲ୍‌ରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଡିଏଚ୍‌ଏଚ୍‌ରେ ଚାଲିଥିବା ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ସମ୍ବଲପୁରରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ବରଗଡ଼ରୁ ୩ ଜଣ ଏବଂ ସୁବର୍ଣ୍ଣପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୪୦ ବର୍ଷୀୟା, ଜଣେ ୫୩ ବର୍ଷୀୟ, ଜଣେ ୬୨ ବର୍ଷୀୟ ଓ ଜଣେ ୮୦ ବର୍ଷୀୟା ରହିଥିବା ବେଳେ ବରଗଡ଼ର ୨ ଜଣ ୪୦ ବର୍ଷୀୟ ଓ ଜଣେ ୪୫ ବର୍ଷୀୟ, ସୁବର୍ଣ୍ଣପୁରର ଜଣେ ୬୨ ବର୍ଷୀୟ ଓ ଝାରସୁଗୁଡ଼ାର ଜଣେ ୪୫ ବର୍ଷୀୟା ଅଛନ୍ତି। ଏହି ୯ ମୃତକଙ୍କୁ ମିଶାଇ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୭୬୪କୁ ବୃଦ୍ଧି ପାଇଛି। ଏଠାରେ ବର୍ତ୍ତମାନ ୨୨୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

The post କୋଭିଡ୍ ହସ୍ପିଟାଲ୍‌ରେ ୧୧ ମୃତ first appeared on Sambad.

from କରୋନା | Sambad https://ift.tt/34GQ7PA

Post a Comment

0 Comments