ଭୁବନେଶ୍ୱର: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏଥରକ ଧୀରେ ଧୀରେ ଅନଲକ୍ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଅନ୍ୟ ରାଜ୍ୟମାନେ ଏହି ପନ୍ଥା ଅବଲମ୍ବନ କରିଛନ୍ତି। କିଛି କଟକଣା କୋହଳ ହେବ। କିଛି କଟକଣା ପୂର୍ବ ପରି ବଳବତ୍ତର ରହିବ। ଅନଲକ୍ ପାଇଁ ସରକାର ସବୁ ଦିଗରୁ ବିଚାରବିମର୍ଶ କରି ନିଷ୍ପତ୍ତି ନେଉଛନ୍ତି। ସମସ୍ତ ଜିଲ୍ଲା ଗୁଡ଼ିକୁ ତିନୋଟି ଜୋନରେ ବିଭକ୍ତ କରାଯାଇ ଆମେ ସ୍ଥିତି ଉପରେ ନଜର ରଖିଛୁ।
ଜୁନ୍୧୭ ତାରିଖ ପରେ କ’ଣ ହେବ ସେ ନେଇ ଖୁବ୍ ଶୀଘ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର କମୁଛି। ମୃତ୍ୟୁ ସଂଖ୍ୟା ବଢିବାର ଦୁଇଟି କାରଣ ରହିଛି। ପୂର୍ବ କେସ ଲୋଡ଼ ଏବଂ ବର୍ତ୍ତମାନ କିଛି ଲୋକ ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର।
The post ଧୀରେ ଧୀରେ ଅନଲକ୍ ଆମ ପାଇଁ ଭଲ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.
from କରୋନା | Sambad https://ift.tt/3pIIkdO
0 Comments