କୋଭିସିଲ୍‌ଡ ଟିକାର ଅବଧି ବିବାଦ ନିଷ୍ପତ୍ତିକୁ ସ୍ବଚ୍ଛ ଓ ବିଜ୍ଞାନ ସମ୍ମତ କହିଲେ ସରକାର

ନୂଆଦିଲ୍ଲୀ: କୋଭିସିଲ୍‌ଡ ଟିକାର ଦୁଇଟି ମାତ୍ରା ଭିତରେ ଥିବା ଅବଧିକୁ ବଢ଼ାଯିବା ଘଟଣା ଅତ୍ୟନ୍ତ ସ୍ବଚ୍ଛ ଏବଂ ବିଜ୍ଞାନସମ୍ମତ ତଥ୍ୟ ଉପରେ ପର୍ଯ୍ୟବସିତ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ବାବଦରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଟ୍ବିଟ୍‌ କରି କହିଛନ୍ତି ଯେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ଏହି ଅବଧି ବଢ଼ାଯାଇଛି ଯାହା ବୈଜ୍ଞାନିକ ତଥ୍ୟ ସମ୍ବଳିତ। ଅପରପକ୍ଷେ, ଆମ ଦେଶରେ ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ପାଇଁ ମଜଭୂତ ପ୍ରଣାଳୀ ଅନୁସରଣ କରାଯାଇଥାଏ। ମାତ୍ର ଦୁର୍ଭାଗ୍ୟର କଥା, ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଅଯଥାରେ ରାଜନୀତିକରଣ କରାଯାଉଛି ବୋଲି ସେ କହିଛନ୍ତି। ଅବଧି ବୃଦ୍ଧି ଏକ ସମୟୋଚିତ ପଦକ୍ଷେପ ଏବଂ ବ୍ରିଟେନ୍‌ ମଧ୍ୟ ଏଭଳି ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୋଭିସିଲ୍‌ଡର ଗୋଟିଏ ମାତ୍ରା ବି ଡେଲ୍‌ଟା ପ୍ରଜାତି ବିରୋଧରେ ୬୧ ପ୍ରତିଶତ ଫଳପ୍ରଦ ପ୍ରମାଣିତ ହୋଇଛି ବୋଲି କୋଭିଡ୍‌ ୱାର୍କିଂ ଗ୍ରୁପ୍‌ ମୁଖ୍ୟ ଡା. ଏନ୍‌.କେ. ଆରୋରା କହିଛନ୍ତି।

The post କୋଭିସିଲ୍‌ଡ ଟିକାର ଅବଧି ବିବାଦ ନିଷ୍ପତ୍ତିକୁ ସ୍ବଚ୍ଛ ଓ ବିଜ୍ଞାନ ସମ୍ମତ କହିଲେ ସରକାର first appeared on Sambad.

from କରୋନା | Sambad https://ift.tt/3iNeZ0o

Post a Comment

0 Comments