
ନୂଆଦିଲ୍ଲୀ: କୋଭିଡ୍ ମହମାରୀ ପାଇଁ ଦେଶରେ ଅନାଥ ହୋଇଥିବା ଶିଶୁଙ୍କ ବାବଦରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍(ଏନ୍ସିପିସିଆର୍) ପକ୍ଷରୁ ସୁପ୍ରିମ୍ କୋର୍ଟରେ ତଥ୍ୟ ଦାଖଲ କରାଯାଇଛି। ଏନ୍ସିପିସିଆର୍ କର୍ତ୍ତୃପକ୍ଷ କହିଛନ୍ତି ଯେ ୨୯ ମେ ସୁଦ୍ଧା ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ମୁତାବକ ୯୩୪୬ ଶିଶୁ କରୋନା ମହାମାରୀ ପାଇଁ ଅନାଥ ହୋଇଯାଇଛନ୍ତି। ୧୭୪୨ ଜଣ ଶିଶୁ ଉଭୟ ପିତା-ମାତାଙ୍କୁ ହରାଇଥିବା ବେଳେ ୭୪୬୪ ଜଣ ପିତା-ମାତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି।
ଅନେକ ଶିଶୁ ସଂପୂର୍ଣ୍ଣ ବେସାହାରା ହୋଇଯାଇଥିବାରୁ ସେମାନଙ୍କ ଥଇଥାନ ପାଇଁ ରାଜ୍ୟମାନେ ତତ୍ପରତାର ସହ ପଦକ୍ଷେପ ନେଉଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୨୧୧୦ ଶିଶୁ ଅନାଥ ହୋଇଥିବା ବେଳେ ବିହାରରେ ୧୩୨୭, କେରଳରେ ୯୫୨, ମଧ୍ୟପ୍ରଦେଶରେ ୭୧୨ ଜଣ ଶିଶୁ ଅନାଥ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ଏନ୍ସିପିସିଆର୍ ୱେବ୍ସାଇଟ୍ରେ ଏ ବାବଦରେ ସବିଶେଷ ତଥ୍ୟ ଜୁନ୍ ୭ ତାରିଖ ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ପିଏମ୍ କେୟାର୍ସ ପାଣ୍ଠିରୁ କୋଭିଡ୍ ଯୋଗୁଁ ଅନାଥ ଶିଶୁଙ୍କ ପାଇଁ ବ୍ୟାପକ ସହାୟତା ଘୋଷଣା କରାଯାଇଛି।
The post କୋଭିଡ୍ରେ ୯୩୪୬ ଶିଶୁ ଅନାଥ, ସୁପ୍ରିମ୍ କୋର୍ଟରେ ତଥ୍ୟ ଦାଖଲ କଲା ଏନ୍ସିପିସିଆର୍ first appeared on Sambad.from କରୋନା | Sambad https://ift.tt/2S7l6lb
0 Comments