ପିଲାଙ୍କ ପାଇଁ ‘କୋଭାକ୍ସିନ୍‌’ ପରୀକ୍ଷଣ ଆରମ୍ଭ, ବିଦେଶରେ ମଞ୍ଜୁର ଟିକାର ପରୀକ୍ଷଣ ନିୟମ କୋହଳ କଲା ଡିସିଜିଆଇ

ନୂଆଦିଲ୍ଲୀ: ଦେଶରେ ପିଲାମାନଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଭାରତ ବାୟୋଟେକ୍‌ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ୍‌ ଟିକାର ନୈଦାନିକ ପରୀକ୍ଷଣ ପାଟନା ଏମ୍‌ସରେ ଆରମ୍ଭ ହୋଇଛି। ଏହାପରେ ଦିଲ୍ଲୀ ଏବଂ ନାଗପୁର ଏମ୍‌ସରେ ମଧ୍ୟ ପରୀକ୍ଷଣ ଚାଲିବ। ୨ରୁ ୧୮ ବର୍ଷ ଆୟୁ ବର୍ଗ ପାଇଁ କୋଭାକ୍ସିନ ପରୀକ୍ଷଣ ନିମନ୍ତେ ଗତ ସପ୍ତାହରୁ ପିଲାଙ୍କ ପଂଜୀକରଣ ଆରମ୍ଭ‌ ହୋଇଥିଲା।

ଅନ୍ୟପକ୍ଷରେ ୧୮ରୁ ଅଧିକ ବର୍ଷ ଆୟୁବର୍ଗ ପାଇଁ ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ବିଦେଶରେ ମଞ୍ଜୁର ଲାଭ କରିଥିବା ପ୍ରମୁଖ କରୋନା ଟିକା ପାଇଁ ଭାରତରେ ନିୟମକୁ କୋହଳ କରାଯାଇଛି। ଭାରତର ଔ‌ଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଡାକ୍ତର ଭି ଜି ସୋମାନି ଆଜି ଏସଂକ୍ରାନ୍ତ ନିୟମ ଜାରି କରିଛନ୍ତି। ସେହି ନିୟମରେ କୁହାଯାଇଛି ବିଦେଶର ନିର୍ଦ୍ଦିଷ୍ଟ କେତୋଟି ଦେଶର ଔଷଧ ନିୟାମକ ଦ୍ବାରା ମଞ୍ଜୁରି ପାଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କେତେକ ନିର୍ଦ୍ଦିଷ୍ଟ ଫାର୍ମା ଉତ୍ପାଦ ବିଶ୍ବର ଅନ୍ୟ ଅଞ୍ଚଳର ଲୋକଙ୍କ ତୁଳନାରେ ଭାରତୀୟଙ୍କ ଜିନ୍‌ରେ କିଭଳି ପ୍ରତିକ୍ରିୟା ଦେଖାଉଛି ତାହାର ଅନୁଧ୍ୟାନ କରାଯାଇଥାଏ।

ତେବେ ଭାରତରେ କରୋନା ଟିକାର ବ୍ୟାପକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରୋନା ଟିକାର ପରୀକ୍ଷଣ କ୍ଷେତ୍ରରେ ଏଭଳି କୋହଳ ନୀତି ଗ୍ରହଣ କରିଛନ୍ତି। ଆମେରିକାର ଏଫଡିଏ, ବ୍ରିଟେନର ଏମଏଚଆରଏ ଏବଂ ୟୁରୋପର ଇଏମଏ ଏବଂ ଜାପାନର ପିଏମଡିଏ ଦ୍ବାରା ମଞ୍ଜୁରି ଲାଭ କରିଥିବା କରୋନା ଟିକାକୁ ପୂର୍ବରୁ ଭାରତରେ ସୀମିତ ଜରୁରୀ ବ୍ୟବହାର ଅନୁମତି ଦିଆଯାଇଥିଲା। କିନ୍ତୁ ବୁଧବାର ଡିସିଜିଆଇ ଏହାର ଚିଠିରେ ଉକ୍ତ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଯଦି ଟିକା ଉପରୋକ୍ତ ଦେଶ ବା ଅଞ୍ଚଳର ନିୟାମକ ସଂସ୍ଥା ଦ୍ବାରା ମଞ୍ଜୁରି ଲାଭ କରିଛି କିମ୍ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀ ବ୍ୟବହାର ତାଲିକାରେ ତାଲିକାଭୁକ୍ତ ହୋଇଛି ତାହେଲେ ସେହି ଟିକାକୁ ଭାରତରେ ମଞ୍ଜୁରି ପରବର୍ତ୍ତୀ ନୈଦାନିକ ପରୀକ୍ଷଣ ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ ପ୍ରତି ବ୍ୟାଚ ଟିକାକୁ କୌଶଲିସ୍ଥିତ କେନ୍ଦ୍ରୀୟ ଡ୍ରଗ୍ସ ଲାବରେଟୋରି (ସିଡିଏଲ୍‌)ରେ ଯାଞ୍ଚର ଆବଶ୍ୟକତା ମଧ୍ୟ ରହିବ ନାହିଁ।

The post ପିଲାଙ୍କ ପାଇଁ ‘କୋଭାକ୍ସିନ୍‌’ ପରୀକ୍ଷଣ ଆରମ୍ଭ, ବିଦେଶରେ ମଞ୍ଜୁର ଟିକାର ପରୀକ୍ଷଣ ନିୟମ କୋହଳ କଲା ଡିସିଜିଆଇ first appeared on Sambad.

from କରୋନା | Sambad https://ift.tt/2SV3Jnx

Post a Comment

0 Comments