
ଭୁବନେଶ୍ବର: ଚଳିତମାସ ଦ୍ବିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିପାରେ ସ୍ପୁଟନିକ୍-ଭି କରୋନା ଟିକା। ପ୍ରାଥମିକା ପର୍ଯ୍ୟାୟରେ ଏହା କେବଳ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେବାକୁ ଥିବା ବେଳେ ଏହାର ୨୦ହଜାର ଡୋଜ୍ ଓଡ଼ିଶା ଆସିପାରେ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ତେବେ କେବେଠାରୁ ଏହାର ସ୍ଲଟ୍ ବୁକିଂ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ।
ଏହାସହ ଆପୋଲୋ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ମନୋକ୍ଲୋନାଲ ଆଣ୍ଟିବଡି କକଟେଲ୍ ଥେରାପି ଆରମ୍ଭ ହୋଇଛି। ଗତକାଲି ଜଣେ ୮୨ବର୍ଷର ରୋଗୀଙ୍କଠାରେ ଏହି ଥେରାପି ଦିଆଯାଇଛି। ରୋଗୀଙ୍କ ଜଟିଳ ରୋଗ ରହିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ସୂଚନା ମିଳିଛି। ସ୍ପଳ୍ପ କିମ୍ବା ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କଠାରେ ମନୋକ୍ଲୋନାଲ କକଟେଲ୍ ଥେରାପି ଦିଆଯିବା ନେଇ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି। ଏହି ଚିକିତ୍ସା ଆରମ୍ଭ କରିବାରେ ଆପୋଲୋ ଭୁବନେଶ୍ବର ରାଜ୍ୟରେ ପ୍ରଥମ।
The post ଜୁନ୍ ଦ୍ବିତୀୟ ସସ୍ତାହରେ ଆସିବ ସ୍ପୁଟନିକ୍-ଭି first appeared on Sambad.from କରୋନା | Sambad https://ift.tt/3wO9YbB
0 Comments