ଓଡ଼ିଶାର ସମସ୍ତ ନାଗରିକଙ୍କୁ ମିଳୁ କରୋନା ଟିକା : ଦାବି କଲା କଂଗ୍ରେସ

ଭୁବନେଶ୍ବର : ରାଜ୍ୟର ସମସ୍ତ ନାଗରିକ ଅର୍ଥାତ୍ ସାଢେ ୪ କୋଟି ଲୋକଙ୍କୁ ମିଳୁ କରୋନା ଟିକା । ଏହାକୁ  ନେଇ ସାଂବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ମୋଦୀ ସରକାର ସମସ୍ତଙ୍କୁ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି କରି ଆଣି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି କୋୱିନ୍ ପୋର୍ଟାଲ ଜରିଆରେ ଆଦିବାସୀ ବହୁଳ ଅଂଚଳରେ ରେଜିଷ୍ଟ୍ରେସନ କରିବା ସଂଭବ ନୁହଁ । ଏହି ସବୁ ଅଂଚଳକୁ ପୋର୍ଟାଲରୁ ବାଦ୍ ଦେବାକୁ ଦାବି କରିଛି କଂଗ୍ରେସ । ସେହିପରି ବାତ୍ୟା ୟାସ୍ ପ୍ରଭାବିତ ଅଂଚଳ ବୁଲିବା ପରେ ରାଜ୍ୟରେ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କେବଳ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

The post ଓଡ଼ିଶାର ସମସ୍ତ ନାଗରିକଙ୍କୁ ମିଳୁ କରୋନା ଟିକା : ଦାବି କଲା କଂଗ୍ରେସ first appeared on Sambad.

from କରୋନା | Sambad https://ift.tt/34NyZaQ

Post a Comment

0 Comments