ସୋନପୁର : କରୋନାକୁ ହରାଇ ଘରକୁ ଫେରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଭଜବଳପୁର ଗ୍ରାମର ୮୪ ବର୍ଷୀୟ ପ୍ରଫେସର ଡ. ହୃଷୀକେଶ ବେଦବାକ। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଫେସର ଡ. ବେଦବାକ ଏବଂ ତାଙ୍କର ପୁତ୍ର ବରିଷ୍ଠ ବିଜେପି ନେତା ବଳଦେବ ପ୍ରସାଦ ବେଦବାକ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଗତ ୨୯ ତାରିଖ ଦିନ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ୧୪ ଦିନ ଧରି କରୋନା ସହିତ ‌ଲଢ଼େଇ ପରେ ପ୍ରଫେସର ଡ. ବେଦବାକ ଏବଂ ପୁଅ ବଳଦେବ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଫେସର ଡ. ବେଦବାକଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁଁ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି।

The post କରୋନାକୁ ହରାଇଲେ ୮୪ ବର୍ଷୀୟ ପ୍ରଫେସର ହୃଷୀକେଶ ବେଦବାକ first appeared on Sambad.

from କରୋନା | Sambad https://ift.tt/2RSVMPO