ନୂଆଦିଲ୍ଲୀ: ଭାରତରେ ‘ଫାଇଜର୍‌’ ଓ ‘ମଡର୍ଣ୍ଣା’ ଟିକାର ଅନୁମୋଦନ ତ୍ବରାନ୍ବିତ କରିବା ଲାଗି ସରକାର ‘ଇଣ୍ଡେମିନିଟି’ ବା ଆଇନଗତ ସୁରକ୍ଷା ଦେଇପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଉପରୋକ୍ତ କମ୍ପାନି ଉତ୍ପାଦିତ ଟିକା ବ୍ୟବହାରଜନିତ କୌଣସି ସମସ୍ୟା ବା ଦାବିକୁ ଚାଲେଞ୍ଜ୍ କରିବା ନିମନ୍ତେ ଆଇନଗତ ସୁରକ୍ଷା ଲାଗି ସେମାନେ ଭାରତ ସରକାରଙ୍କୁ ନିବେଦନ କରିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ, ଅନ୍ୟ ଦେଶମାନେ ଅନୁମୋଦନ ଦେଇଛନ୍ତି। ‌ଆଇନଗତ ସୁରକ୍ଷା ‌ଅନୁମୋଦନ କରିବାରେ କୌଣସି ସମସ୍ୟା ନାହିଁ। ଯଦି ଏହି ସବୁ କମ୍ପାନି ‘ଇମର୍ଜେନ୍‌ସି ୟୁଜ୍‌ ଅଥରାଇଜେସନ୍‌ ଇଣ୍ଡିଆ’ ପାଇଁ ଆବେଦନ କରିଛନ୍ତି, ଆମେ ସେମାନଙ୍କୁ ‘ଇଣ୍ଡେମିନିଟି’ ଦେବାକୁ ପ୍ରସ୍ତୁତ।

Image Courtesy of Reuters

ସେମାନଙ୍କ ପାଇଁ ଭାରତର ‘ଡ୍ରଗ୍‌ ରେଗୁଲେଟର୍‌’ ଅନ୍ୟ ଗୋଟାଏ ପ୍ରମୁଖ କଟକଣା ମଧ୍ୟ କୋହଳ କରିଛନ୍ତି। ତାହା ହେଉଛି ବିଦେଶୀ ଟିକାର ଭାରତ‌ ପାଇଁ ନିର୍ଦ୍ଦିଷ୍ଟ  ପରୀକ୍ଷା। ଜରୁରୀକାଳୀନ ବ୍ୟବହାର ନିମନ୍ତେ ନିର୍ଦ୍ଦିଷ୍ଟ କେତେକ ଦେଶ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏ ଭଳି ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି।

ସବୁ ସତ୍ତ୍ବେ ମଧ୍ୟ ଭାରତୀୟ ଟିକାକରଣ ଯୋଜନାରେ ଯୋଗ ଦେବା ଲାଗି ‘ଫାଇଜର୍‌’ ଓ ‘ମଡର୍ଣ୍ଣା’ଙ୍କୁ କିଛି ସମୟ ଲାଗିବ। ତା’ର କାରଣ ହେଲା, ବିଶ୍ବବ୍ୟାପୀ କୋଭିଡ୍‌ ଟିକାର ବ୍ୟାପକ ଚାହିଦା ତଥାପି ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଫାଇଜର୍ ଭାରତକୁ ୫ କୋଟି ଡୋଜ୍‌ ଟିକା ଯୋଗାଇ ଦେବ ବୋଲି କହିଛି।

The post ‘ଫାଇଜର୍‌’ ଓ ‘ମଡର୍ଣ୍ଣା’କୁ ଆଇନଗତ ସୁରକ୍ଷା ଦେଇପାରନ୍ତି ଭାରତ ସରକାର first appeared on Sambad.

from କରୋନା | Sambad https://ift.tt/3vMBeqI