ଭୁବନେଶ୍ବର: କରୋନା ସଂକ୍ରମଣ କମାଇବାକୁ ସରକାରଙ୍କ ଲକଡାଉନ କଟକଣା ସତ୍ତ୍ବେ ଗଲା କିଛିଦିନ ହେଲା ୩ ହଜାର ପାଖାପାଖି ରହୁଛି ଦୈନିକ ସଂକ୍ରମଣ। ତେଣୁ ପ୍ରଶ୍ନ ଉଠୁଛି ଜୁଲାଇରୁ ଲକଡାଉନ ଖୋଲିବା ନେଇ କଣ ପଦକ୍ଷେପ ନେବେ ସରକାର।

ମିଳିଥିବା ସୂଚନା ଅନୁସାରେ, ୨୧ଟି ଜିଲ୍ଲାରେ ଲକଡାଉନ ଖୋଲିବା ନେଇ ବିଚାର ବିମର୍ଶ କରୁଛନ୍ତି ସରକାର। ତେବେ ଆଜି ଅପରାହ୍ନ ୫ଟାରେ ଏନେଇ ସମୀକ୍ଷା କରିବା ପରେ କିଛି ବଡ଼ ନିଷ୍ପତ୍ତି କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ କୋଭିଡ ସ୍ଥିତିନେଇ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବ ସ୍ୱାସ୍ଥ୍ୟ ବିଭାଗ । ଚିନ୍ତାର ବିଷୟ ହେଲା, ସଂକ୍ରମଣ ହାର ଦୃଷ୍ଟିରୁ ଏବେ ବି ୫ଟି ଜିଲ୍ଲା ରେଡ୍ ଜୋନରେ ରହିଛି । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୁରଭଞ୍ଜରେ କଟକଣା କୋହଳ ହୋଇନପାରେ। ଏହାବାଦ୍ ସଂକ୍ରମଣ ଅଧିକ ରହୁଥିବା ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ମଧ୍ୟ କଟକଣା କୋହଳ ହେବା ସମ୍ଭାବନା କମ୍ ।

ତେବେ ବାକି ୨୧ ଜିଲ୍ଲାରେ କଟକଣା କୋହଳ ହେଲେ ମଧ୍ୟ ନାଇଟ କର୍ଫ୍ୟୁ ଜାରି ରଖିପାରନ୍ତି ସରକାର । ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇପାରେ । ତେବେ କଣ ହେବ ଜୁଲାଇ ଗାଇଡ ଲାଇନ ତାହା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଉପରେ ନିର୍ଭର କରୁଛି। ସ୍ଥିତିର ସମୀକ୍ଷା କରିବା ପରେ ଯାହା କିଛି ନିଷ୍ପତ୍ତି ନେବେ ସରକାର।
The post ୨୧ଟି ଜିଲ୍ଲାରେ ଲକଡାଉନ ଖୋଲିବା ନେଇ ବିଚାର ବିମର୍ଶ କରୁଛନ୍ତି ସରକାର first appeared on Sambad.

from କରୋନା | Sambad https://ift.tt/2UNE5Cm