ନୂଆଦିଲ୍ଲୀ :  ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ଦ୍ବାରା ପ୍ରସ୍ତୁତ କରୋନା ଔଷଧ ୨-ଡିଜି କରୋନାର ସବୁ ପ୍ରକାରର ଭାରିଆଣ୍ଟକୁ ରୋକିବାରେ ପ୍ରଭାବୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଏହି ଗବେଷଣାରୁ ଜଣାପଡ଼ିଛି ଯ଼େ ୨ଡିଜି କୋଭିଡ୍ ଭୁତାଣୁର ବଂଶବିସ୍ତାରକୁ ରୋକିଥାଏ ଓ ସଂକ୍ରମିତ କୋଷକୁ ମୃତ ହେବାରୁ ବଞ୍ଚାଇଥାଏ  । ଏହାକୁ କରୋନା ଚିକିତ୍ସାରେ ବ୍ୟବହାର ବ୍ୟବହାର କରାଯାଇପାରିବ ବୋଲି ଏହି ଗବେଷଣାରେ ସୁପାରିଶ କରାଯାଇଛି ।

ଏହି ଗବେଷଣା ସଂଦର୍ଭଟି ଜୁନ ୧୫ରେ ପ୍ରକାଶ ପାଇଛି । ଏହି ଗବେଷଣା କରିଛନ୍ତି ଅନନ୍ତ ନାରାୟଣ ଭଟ୍ଟ, ଅଭିଷେକ କୁମାର, ୟୋଗେଶ ରାୟ, ଦିବିୟ ବେଦଗିରି ।

ସାଧାରଣତଃ ଗୁଣ୍ଡ ଆକାରରେ ଉପଲବ୍‌ଧ ହେଉଥିବା ଏହି ଔଷଧକୁ ପାଣିରେ ଗୋଳି ସେବନ କରାଯାଇପାରିବ। ଶରୀରରେ କରୋନାଭୂତାଣୁ ଆକ୍ରାନ୍ତ କରିଥିବା ଜୀବକୋଷଗୁଡ଼ିକରେ ଏହା ସହଜରେ ପହଞ୍ଚି ଉକ୍ତ ଭୂତାଣୁର ବଂଶବୃଦ୍ଧିକୁ ରୋକିପାରିବ। ଭୂତାଣୁ ସଂକ୍ରମିତ କୋଷିକାକୁ ଏହି ଔଷଧ ଏପରି ଚୟନାତ୍ମକ ଭାବେ ଘେରିଯାଇ ପାରୁଥିବାରୁ ଅନ୍ୟମାନଙ୍କ ମଧ୍ୟରେ ଏହା ସ୍ବତନ୍ତ୍ର ବୋଲି ପୂର୍ବରୁ ଡିଆରଡିଓ ପକ୍ଷରୁ ଦାବି କରାଯାଇଥିଲା ।

 

The post ଡିଆରଡିଓ ପ୍ରସ୍ତୁତ ୨-ଡିଜି କରୋନାର ସବୁ ପ୍ରକାରର ଭାରିଆଣ୍ଟ ବିରୋଧରେ ପ୍ରଭାବୀ : ଗବେଷଣା first appeared on Sambad.

from କରୋନା | Sambad https://ift.tt/3ww9PK1