
ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ସବୁ ରାଷ୍ଟ୍ରରେ କୋଭିଡ୍-୧୯ ଟିକାକରଣ ଅଭିଯାନ ଚାଲିଥିବା ବେଳେ ଟିକାକରଣ ପାଇଁ ‘ଟିକ୍ ଟକ୍ ସେଣ୍ଟର୍’, ସିନେମା ହଲ୍, ସପିଙ୍ଗ୍ ମଲ୍, ବସ୍ ଏବଂ ଗୀର୍ଜା ଭଳି କେତେକ ଅଜବ ସ୍ଥାନରେ ଅସ୍ଥାୟୀ ଟିକାକରଣ କେନ୍ଦ୍ରମାନ ଖୋଲିଛି।
କାଜାକ୍ସ୍ଥାନରେ ଗୋଟାଏ ‘ଟିକ୍ଟକ୍ ଷ୍ଟୁଡିଓ’କୁ ଅସ୍ଥାୟୀ କୋଭିଡ୍ ଟିକାକରଣ କେନ୍ଦ୍ରରେ ପରିଣତ କରଯାଇଛି। ଏହି ‘ଟିକ୍ଟକ୍ ଷ୍ଟୁଡିଓ’ଟି ଅଲମାଟି ଅନ୍ତର୍ଗତ ‘ମେଗା ପାର୍କ’ରେ ଅବସ୍ଥିତି। ସେଠାରେ ଲୋକମାନଙ୍କୁ ‘କାଜ୍ଭ୍ୟାକ୍’ ଭାବେ ସୁପରିଚିତ ସ୍ବଦେଶୀ ଟିକା ‘କାଜ୍କୋଭିଡ୍-ଇନ୍ ଭ୍ୟାକ୍ସିନ୍, ରୁଷ୍ ନିର୍ମିତ ସ୍ପୁଟ୍ନିକ୍ ଭି ଏବଂ ଚୀନ୍ ନିର୍ମିତ କରୋନାଭ୍ୟାକ୍ ଏବଂ ହୟତ-ଭ୍ୟାକ୍ସ୍ ଆଦି ଟିକା ଦିଆଯାଉଛି।
ଫିଲିପିନ୍ସ୍ରେ ମଧ୍ୟ ଗୋଟାଏ ପ୍ରେକ୍ଷାଳୟ ବା ସିନେମାରେ କୋଭିଡ୍-୧୯ ଟିକାକରଣ ଚାଲିଛି। ସେଠାକାର ସାନ୍ ଜୁଆନ୍ ସହରରେ ଥିବା ‘ମେଟ୍ରୋ ମାନିଲା’ ସିନେମା ହଲ୍କୁ ଟିକାକରଣ କେନ୍ଦ୍ର କରାଯାଇ ଟିକା ଦେବା ପାଇଁ ହିତାଧିକାରୀଙ୍କ ନାମ ପଞ୍ଜିକରଣ କରାଯାଉଛି।
ବ୍ୟାଙ୍ଗ୍କକ୍ରେ ଗୋଟାଏ ସପିଙ୍ଗ୍ ମଲ୍ ମଧ୍ୟ କୋଭିଡ୍-୧୯ ଟିକା ପ୍ରଦାନ କରୁଛି। ଥାଇଲାଣ୍ଡ୍ର ବ୍ୟାଙ୍ଗ୍କକ୍ସ୍ଥିତ ‘ପାରାଗନ୍’ ନାମକ ଉକ୍ତ ସପିଙ୍ଗ୍ ମଲ୍ରେ ‘ଆଷ୍ଟ୍ରାଜେନିକା’ ଟିକା ଦିଆଯାଉଛି। ଥାଇଲାଣ୍ଡ୍ରେ ‘ଆଷ୍ଟ୍ରାଜେନିକା’ ଟିକା ଉତ୍ପାଦନ ଆରମ୍ଭ ହେବା ପରେ ସେଠାକାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଗଣଟିକାରଣ ଆରମ୍ଭ କରିଛନ୍ତି। କିନ୍ତୁ, ଲୋକଙ୍କ ଚାହିଦା ଠାରୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପାଖରେ କମ୍ ଟିକା ଅଛି ବୋଲି ଶୁଣାଯାଉଛି।
ସେହିଭଳି ମେକ୍ସିକୋର ସିଉଡାଡ୍ ଭାରେଜ୍ରେ ଗୋଟାଏ ବସ୍କୁ ଅସ୍ଥାୟୀ ଟିକାକରଣ କେନ୍ଦ୍ର କରାଯାଇଛି। ସେଠାରେ ଲୋକମାନଙ୍କୁ ଦିଆଯାଉଛି ‘ଫାଇଜର୍-ବାୟୋଏନ୍ଟେକ୍’ ଟିକା। ଅବଶ୍ୟ ସେଠାରେ କେବଳ ଗୋଟାଏ ‘ବସ୍ ଆସେବ୍ଲି କାରଖାନା’ର କର୍ମଚାରୀମାନଙ୍କୁ ଟିକା ଦିଆଯାଉଛି।
ଏହାଛଡ଼ା, ସଲ୍ଜ୍ବୁରିରେ ଗୋଟାଏ କ୍ୟାଥେଡ୍ରଲ୍ ବା ପ୍ରସ୍ତର ନିର୍ମିତ ବିଶାଳ ଉପାସନା ଗୃହକୁ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇଛି। ବ୍ରିଟେନ୍ର ସଲ୍ଜ୍ବୁରିରେ ଏହି ଗୀର୍ଜାରେ ଲୋକେ ମାସ୍କ୍ ପରିଧାନ କରି ଟିକା ନେଉଛନ୍ତି।
The post ଦୁନିଆର କେତେକ ଅଜବ ଜାଗାରେ ଅସ୍ଥାୟୀ କୋଭିଡ୍ ଟିକାକରଣ କେନ୍ଦ୍ର first appeared on Sambad.from କରୋନା | Sambad https://ift.tt/3j7aeim
0 Comments