
ସମ୍ବଲପୁର : ଜୁନ୍ ମାସରେ କରୋନା ଗ୍ରାଫ୍ ତଳକୁ ଖସିବା ଆରମ୍ଭ କରିଛି। ଗୁରୁବାର ଜିଲ୍ଲାରେ ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ପାର୍ କରିଛି। ଏହି ୧୦୧ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୨କୁ ବୃଦ୍ଧି ପାଇଛି। ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ଅଧୀନ ଅଞ୍ଚଳରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକଗୁଡ଼ିକରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ଲକଗୁଡ଼ିକ ମଧ୍ୟରୁ ରେଢ଼ାଖୋଲରୁ ୨୧ ଜଣ, ବାମରାରୁ ୪ ଜଣ, କୁଚିଣ୍ଡାରୁ ୬ ଜଣ, ନାକଟିଦେଉଳରୁ ୬ ଜଣ, ମାନେଶ୍ବରରୁ ୧୪ ଜଣ, ଯୁଯୁମୁରାରୁ ୩ ଜଣ, ରେଙ୍ଗାଲିରୁ ୭ ଜଣ, ଧନକଉଡ଼ାରୁ ୭ ଜଣ ଏବଂ ଜମନକିରାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୫ ବର୍ଷରୁ କମ୍ ବୟସ୍କ ଅଛନ୍ତି।
ଗୁରୁବାର ଜିଲ୍ଲାରେ ଆଉ ୧୯୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ସହିତ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ଅତିକ୍ରମ କରିଛି। ଏହି ୧୯୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଉପରେ ୨୮,୦୬୮ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଆଉ ୮୩୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଗୁରୁବାର ସରକାରୀ ଭାବେ ଘୋଷଣା କରାଯାଇଛି। ମୃତକ ଜଣକ ୭୫ ବର୍ଷୀୟ। ଏହାକୁ ମିଶାଇ ଜିଲ୍ଲାରେ ସରକାରୀ ଭାବେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି।
The post ସମ୍ବଲପୁର ଜିଲ୍ଲାରେ ୨୯ ହଜାର ପାର୍ କଲା ମୋଟ କରୋନା ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/2StO8eO
0 Comments