ହଜାରେ ତଳକୁ ଖସିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୪୬,୧୪୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏପ୍ରିଲ ୧୩ ପରେ ଏହା ଦେଶରେ ସବୁଠାରୁ କମ୍‌ ଦୈନିକ କରୋନା ମୃତ୍ୟୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୫୮,୫୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୫ ରାଜ୍ୟରେ ସଂକ୍ରମଣ ଅଧିକ ରହୁଛି। କେରଳରେ ସର୍ବାଧିକ ୧୦,୯୦୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୯,୯୭୪, ତାମିଲନାଡ଼ୁରେ ୫,୧୨୭, ଆନ୍ଧ୍ରପ୍ରଦେଶରେ ୪,୨୫୦ ଏବଂ କର୍ଣ୍ଣାଟକରେ ୩,୬୦୪ ମାମଲା ଚିହ୍ନଟ ହୋଇଛି।

ଉପରୋକ୍ତ ୫ ରାଜ୍ୟରୁ ୭୩.୩୭ ପ୍ରତିଶତ ନୂଆ ମାମଲା ରହିଛି। ନୂଆ ମାମଲାର ୨୩.୬୩ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୦୨,୭୯,୩୩୧ରେ ପହଞ୍ଚିଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୩,୯୬,୭୩୦କୁ ବୃଦ୍ଧି ପାଇଛି। ତେବେ ଗତ ୨୪ ଘଣ୍ଟାରେ ହୋଇଥିବା ୯୭୯ କରୋନା ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୪୦୫ ଏବଂ ତାମିଲନାଡ଼ୁରେ ୯୧ ଜଣଙ୍କ ମୃତ୍ୟୁ ହୋଇଛି। ଲଗାତାର ୪୬ ଦିନ ଧରି ଦେଶରେ ଆରୋଗ୍ୟ ସଂଖ୍ୟା ନୂଆ ସଂକ୍ରମଣଠାରୁ ଅଧିକ ରହୁଛି। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୨,୯୩,୦୯,୬୦୭କୁ ବୃଦ୍ଧି ପାଇଛି। ଦେଶର ଆରୋଗ୍ୟ ହାର ୯୬.୮ ପ୍ରତିଶତକୁ ବୃଦ୍ଧି ପାଇଛି।

The post ହଜାରେ ତଳକୁ ଖସିଲା କରୋନା ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3y5GU02

Post a Comment

0 Comments