ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୮ ଜଣ, ବାଲେଶ୍ୱରରୁ ୨୬୧ ଜଣ, ବରଗଡ଼ରୁ ୫୨ ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରରୁ ୪୦ ଜଣ, ବୌଦ୍ଧରୁ ୩୧ ଜଣ, କଟକରୁ ୩୯୬ ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୮ ଜଣ, ଯାଜପୁରରୁ ୨୮୫ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳରୁ ୪୧ ଜଣ, କେନ୍ଦ୍ରାପଡ଼ାରୁ ୧୧୧ ଜଣ, କେଉଁଝରରୁ ୪୭ ଜଣ, କୋରାପୁଟରୁ ୭୨ ଜଣ, ମାଲକାନଗିରିରୁ ୩୮ ଜଣ, ମୟୁରଭଞ୍ଜରୁ ୧୬୨ ଜଣ, ନବରଙ୍ଗପୁରରୁ ୬୦ ଜଣ, ନୟାଗଡ଼ରୁ ୧୪୨ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୨୧୭ ଜଣ, ରାୟଗଡ଼ାରୁ ୯୪ ଜଣ, ସମ୍ୱଲପୁରରୁ ୩୨ଜଣ, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟ ପୁଲରୁ ୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 

ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୮୭୩୯୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮୨୯୮୫୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୦୪୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟାରେ ୬୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ୩୪୨୭ ନୂଆ କରୋନା ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/2TJMMNA