କୋଇମ୍ବାଟୁର୍‌: କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଦେଶରେ ବିଦ୍ୟାଳୟ ସବୁ ବନ୍ଦ ରହିଥିବା ବେଳେ କୋଇମ୍ବାଟୁର୍ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଚିନ୍ନାମପାତିରେ ସନ୍ଧ୍ୟା ନାମ୍ନୀ ପ୍ରଥମ ସ୍ନାତକ ପିଲାମାନଙ୍କୁ ପଢ଼ାଇବାରେ ସମୟ ବ୍ୟୟ କରୁଛନ୍ତି। ସେ କହନ୍ତି, ପିଲାବେଳେ ମତେ ପଢ଼ାଇ ଦେବାକୁ କେହି ନ ଥିଲେ। ଏବେ ଏଇ ପିଲାମାନଙ୍କୁ ପଢ଼ାଇବାକୁ ମୁଁ ଅଛି।

ସୁଦୂର ଗ୍ରାମ ଚିନ୍ନମପାତିରେ ନେଟ୍‌ୱାର୍କ ନାହିଁ କି, ମୋବାଇଲ୍‌ କିଂବା ଲାପ୍‌ଟପ୍‌ ସୁବିଧା ନାହିଁ। ମହାମାରୀ ସମୟରେ ପିଲାଙ୍କୁ ପାଠ ପଢ଼ାଇବାକୁ ଗ୍ରାମବାସୀ ଉପାୟ ପାଉ ନ ଥିବା ବେଳେ ସ୍ବେଚ୍ଛାସେବିନୀ ସାଜି ସନ୍ଧ୍ୟା ସେମାନଙ୍କୁ ପାଠ ପଢ଼ାଉଛନ୍ତି।

Image Courtesy of India Today

ସକାଳ ୯ଟାରୁ ପିଲାମାନଙ୍କୁ ଧରି ‘ସନ୍ଧ୍ୟା’ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଠ ପଢ଼ାନ୍ତି। ସ୍କୁଲ୍‌ରେ ପଢ଼ା ଯାଉଥିବା ସମସ୍ତ ବିଷୟ ସମେତ ସେ ପିଲାଙ୍କୁ ନୃତ୍ୟଗୀତ ମଧ୍ୟ ଶିଖାନ୍ତି। ସେ କହନ୍ତି, କୌଣସିଥିରେ ସଂଶୟ ଥିଲେ ପିଲାଏ ନିର୍ଭୟ ଏବଂ ଅବାଧରେ ମତେ ପଚାରନ୍ତି। ପିଲାଏ ଭଲ ପଢୁଛନ୍ତି ଆଉ ମୁଁ ପଚାରୁଥିବା ପ୍ରଶ୍ନର ଠିକ୍ ଉତ୍ତର ଦେଉଛନ୍ତି।

ସନ୍ଧ୍ୟା କହନ୍ତି, ସେ ଗାଁରେ ସ୍କୁଲ୍‌ଛାଡୁଆଙ୍କ ସଂଖ୍ୟା ଖୁବ୍‌ ଅଧିକ। ‌ଗ୍ରାମବାସୀମାନେ ବଣଜଙ୍ଗଲରେ କାମ କରନ୍ତି କିଂବା ଏଣୁତେଣୁ କିଛି ଛୋଟମୋଟ କାମ କରନ୍ତି। ପୁଣି ବର୍ଷା ହେଲେ ଆମେ ସ୍କୁଲ୍‌ ଯାଇପାରୁ ନାହିଁ। ଆମ ଗାଁକୁ ମାତ୍ର ଖଣ୍ଡେ ବସ୍‌ ଆସେ। ଗୋଟାଏ ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେବା ପରେ ପିଲାଏ ସ୍କୁଲ୍‌ ଛାଡ଼ି ଦିଅନ୍ତି।

ସେ ଗାଁରେ ସନ୍ଧ୍ୟା ହେଉଛନ୍ତି ବି. କମ୍ ଡିଗ୍ରିଧାରିଣୀ ଜଣେ ମାତ୍ର ସ୍ନାତକ। ଦିନ‌େ ତାଙ୍କ ଗାଁ’ରେ ଅନେକ ସ୍ନାତକ ବାହାରିବେ ଓ ଗ୍ରାମବାସୀଙ୍କର ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ତାଙ୍କର ଆଶା।

The post ମହାମାରୀ ଯୋଗୁଁ ସ୍କୁଲ୍‌ ବନ୍ଦ ରହିବାରୁ ଶିକ୍ଷୟିତ୍ରୀ ସାଜିଲେ କୋଇମ୍ବାଟୁର୍ ଗାଁ’ର ଏକମାତ୍ର ସ୍ନାତକ ‘ସନ୍ଧ୍ୟା’ first appeared on Sambad.

from କରୋନା | Sambad https://ift.tt/3gS9aMm