ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଟିକା ଯୋଗାଣରେ ଅଭାବ ଓ ଟିକା ନିରାପଦତାକୁ କେନ୍ଦ୍ର କରି ଟିକାକରଣ ଧିମେଇ ଯାଇଛି। ଏପରିକି କିଛି ରାଷ୍ଟ୍ର କିଛି ନାଗରିକଙ୍କୁ ଟିକାର ପ୍ରଥମ ମାତ୍ରା ଦେଇଥିଲେ ହେଁ ପରେ ଆଉ କୌଣସି ପ୍ରକାର ଦ୍ବିତୀୟ ଟିକା ନା କୌଣସି ପରିବର୍ଦ୍ଧକ(ବୁଷ୍ଟର) ମାତ୍ରା ଖୋଜିବେ, ତାହା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ବୁଷ୍ଟର ମାତ୍ରାର ଆବଶ୍ୟକତା ଅଛି ନା ନାହିଁ ତାହା କହିବା ଅପରିପକ୍ବ ହେବ ବୋଲି ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ଏ ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ଙ୍କ କହିବା କଥା, ଟିକାକରଣ ପରେ କୌଣସି ବୁଷ୍ଟର ଟିକା ଅପରିହାର୍ଯ୍ୟ ନା ସମ୍ପୂର୍ଣ୍ଣ ଅନାବଶ୍ୟକ, ସେ ସଂକ୍ରାନ୍ତ ସବିଶେଷ ତଥ୍ୟ ଆମ ପାଖରେ ନାହିଁ। ସୁତରାଂ ସେ ଦିଗରେ କୌଣସି ବି ପରାମର୍ଶ ଦେଇହେବନାହିଁ। ସୂଚନା ଥାଉ କି, ଅଦ୍ୟାବଧି ଯେଉଁ ସବୁ କୋଭିଡ୍‌ ଟିକା ଉପଲବ୍‌ଧ, ସବୁଗୁଡ଼ିକ ଦୁଇଟି ମାତ୍ରା ବିଶିଷ୍ଟ। ତେବେ ଏଭଳି ଦୁଇ ମାତ୍ରା ଭିତ୍ତିକ ଟିକାକରଣରୁ କରୋନାଭୂତାଣୁ ବିରୋଧରେ କେତେ ଦିନ ଯାଏ ସୁରକ୍ଷା ମିଳିପାରିବ, ତାହା ସ୍ପଷ୍ଟ ହୋଇପାରିନାହିଁ।

The post କୋଭିଡ୍‌ ଟିକାର ପରିବର୍ଦ୍ଧିତ ମାତ୍ରାରେ ଅନିଶ୍ଚିତତା first appeared on Sambad.

from କରୋନା | Sambad https://ift.tt/3xFqrzj