କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ତୁରେକେଲାସ୍ଥିତ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର (ଟିଏମ୍‌ସି‌)ରେ ଗତ ୪ ତାରିଖରୁ ଥିବା ୨ ଜଣ କରୋନା ସଂକ୍ରମିତ ଫେରାର ହୋଇଯାଇଛନ୍ତି। ଏନେଇ ଟିଏମ୍‌ସି ଦାୟିତ୍ବରେ ଥିବା ଅଧିକାରୀ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ତୁରେକେଲା ବ୍ଲକ୍‌ ମଲିକଦୋରୋ ଗାଁର ଜଣେ ୨୦ ବର୍ଷୀୟ ଯୁବକ ଏବଂ ୨୭ ବର୍ଷୀୟା ଯୁବତୀ ଗତ ୪ତାରିଖ ଦିନ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣଙ୍କୁ ପ୍ରଶାସନ ତୁରେକେଲା କଲେଜ ପଛପଟେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦେଇଥିଲା। ପରେ ଏମାନଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇ ଏମାନଙ୍କୁ କଂଟାବାଞ୍ଜିସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଥାନ୍ତା। ହେଲେ ସେହିଦିନ ସନ୍ଧ୍ୟାରେ ଉଭୟେ କେଉଁଆଡ଼େ ଚାଲି ଯାଇଥିଲେ। ସୋମବାର ପୁଲିସ ଏବଂ ବ୍ଲକ ପ୍ରଶାସନ ଖବର ପାଇ ମଲିକଦୋରୋ ଗାଁକୁ ଯାଇ ଉଭୟଙ୍କୁ ପାଇଥିଲେ। ପ୍ରଶାସନ ଉଭୟଙ୍କୁ କୋଭିଡ କେୟାର ସେଣ୍ଟରକୁ ଯିବା ପାଇଁ ବୁଝାଇଥିଲେ ମଧ୍ୟ ଉଭୟେ ମାନି ନଥିଲେ। ଘରେ ରହି ଚିକିତ୍ସିତ ହେବେ ବୋଲି କହିଥିବା ବିଡିଓ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ ଏଭଳି ସ୍ଥିତିକୁ ଦେଖି ଗାଁର ଭୟର ବାତାବରଣ ରହିଛି।

The post ତୁରେକେଲା ଟିଏମ୍‌ସିରୁ ଦୁଇ କରୋନା ସଂକ୍ରମିତ ଫେରାର୍ first appeared on Sambad.

from କରୋନା | Sambad https://ift.tt/2RwY32Z