ଭାରତରେ ତୃତୀୟ ପ୍ରବାହ ଅନିବାର୍ଯ୍ୟ; ୬ ରୁ ୮ ସପ୍ତାହ ମଧ୍ୟରେ ଘଟିପାରେ: ‘ଏମ୍‌ସ୍‌’ ମୁଖ୍ୟ

ନୂଆଦିଲ୍ଲୀ: ଭାରତରେ ତୃତୀୟ କୋଭିଡ୍‌ ପ୍ରବାହ ଅନିବାର୍ଯ୍ୟ ଏବଂ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ତାହା ଘଟିପାରେ ବୋଲି ଆଜି ସକାଳେ ଗଣମାଧ୍ୟମ ସହ ସାକ୍ଷାତ୍‌କାର ବେଳେ ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ପ୍ରସଙ୍ଗକୁ ବୁଝାଇବାକୁ ଯାଇ ସେ କହିଛନ୍ତି, ଦେଶର ମୁଖ୍ୟ ସମସ୍ୟା ହେଲା ଏତେ ସଂଖ୍ୟକ ‌ଜନତାଙ୍କୁ ଟିକା ଦେବା। ତେଣୁ, ଅଧିକ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ‘କୋଭିସିଲ୍‌ଡ୍‌’ ଡୋଜ୍‌ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବା ମନ୍ଦ କଥା ନୁହେଁ।

Image Courtesy of Prag News

ଏହା ବ୍ୟତିରେକେ, କୋଭିଡ୍-୧୯ର ବିବର୍ତ୍ତନରୁ ଜାତ ‘ଡେଲ୍‌ଟା ଭେରିଆଣ୍ଟ୍‌’ରୁ ‘ଡେଲ୍‌ଟା+ ଭେରିଆଣ୍ଟ୍‌’ ନାମରେ ନୂଆ ପ୍ରଜାତି ଭୂତାଣୁ ସୃଷ୍ଟି ହେବା ପ୍ରସଙ୍ଗରେ ଗୁରୁତ୍ବାରୋପ କରି ସେ କହି‌ଛନ୍ତି ଯେ, ଏହା ‘ମନୋକ୍ଲୋନାଲ୍‌ ଆଣ୍ଟିବଡି’ ଚିକିତ୍ସା ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ‘ଅନ୍‌ଲକିଙ୍ଗ୍‌’ ଆରମ୍ଭ କରିଥିବାରୁ ‘କୋଭିଡ୍‌-ଯୋଗ୍ୟ ଆଚରଣ’ ଉଲ୍ଲଂଘନ ହେଉଛି। ପ୍ରଥମ ଓ ଦ୍ବିତୀୟ ସଂକ୍ରମଣ ପ୍ରବାହ ମଧ୍ୟରେ ଯାହା ଘଟିଲା ସେଥିରୁ ଆମେ କିଛି ଶିକ୍ଷାଲାଭ କରିଥିବା ପରି ମନେହୁଏ ନାହିଁ। ପୁଣି ଜନଗହଳି ହେଉଛି… ଲୋକେ ଏକତ୍ର ହେଉଛନ୍ତି। ଜାତୀୟସ୍ତରରେ ସଂକ୍ରମଣ ମାମଲା ବୃଦ୍ଧି ପାଇଁ କିଛି ସମୟ ଲାଗିବ। କିନ୍ତୁ, ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ବା ଆଉ ଟିକେ ବିଳମ୍ବରେ ତୃତୀୟ ପ୍ରବାହ ଘଟିପାରେ। ସବୁ କଥା କୋଭିଡ୍-ଯୋଗ୍ୟ ଆଚରଣ ଏବଂ ଜନଗହଳି ପ୍ରତିହତ କରାଯିବା ଉପରେ ନିର୍ଭର କରୁଛି।

ସେହିପରି, ଦେଶର ଯେକୌଣସି ଅଞ୍ଚଳରେ ୫%ରୁ ଅଧିକ ପଜିଟିଭିଟି ଦେଖାଦେଲେ ‘ମିନି-ଲକ୍‌ଡାଉନ୍‌’ ଜାରି କରିବା ଆବଶ୍ୟକ। ଟିକା ନ ନେବା ପର୍ଯ୍ୟନ୍ତ, ଆଗାମୀ ମାସ ସବୁ ଆମ୍ଭମାନଙ୍କ ପାଇଁ ବିପଦମୁକ୍ତ ନୁହେଁ। ତେଣୁ, ହଟ୍‌ସ୍ପଟ୍‌ ଜୋନ୍‌ଗୁଡ଼ିକରେ ‘ଟେଷ୍ଟିଙ୍ଗ୍‌, ଟ୍ରାକିଙ୍ଗ୍‌ ଏବଂ ଟ୍ରିଟିଙ୍ଗ୍‌’ କରାଯିବା ଉଚିତ ବୋଲି ସେ ଗୁରୁତ୍ବ ଦେଇ କହିଛନ୍ତି।

The post ଭାରତରେ ତୃତୀୟ ପ୍ରବାହ ଅନିବାର୍ଯ୍ୟ; ୬ ରୁ ୮ ସପ୍ତାହ ମଧ୍ୟରେ ଘଟିପାରେ: ‘ଏମ୍‌ସ୍‌’ ମୁଖ୍ୟ first appeared on Sambad.

from କରୋନା | Sambad https://ift.tt/35z0JR9

Post a Comment

0 Comments