
ରଣପୁର: ଚଳିତ ବର୍ଷ କୋଭିଡ୍-୧୯ର ଭୟାବହତା ଦୃଷ୍ଟିରୁ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ଠାରେ ରଥଯାତ୍ରା ପାଳନ ନକରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶନାମା ଜାରି କରିଛନ୍ତି । ତେବେ ରାଜରାଜୁଡା ଅମଳରୁ ପାଳିତ ହୋଇ ଆସୁଥ୍ôବା ଐତିହାସିକ ରଣପୁର ରଥଯାତ୍ରା କୋଭିଡ୍ କଟକଣା ମଧ୍ୟରେ ପାଳନ କରିବାକୁ ଶ୍ରୀ ଜଗନ୍ନାଥ ସେନା ସମେତ ବିଭିନ୍ନ ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥ୍ôବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଦାବୀପତ୍ର ପ୍ରଦାନ କରିଥ୍ôବା ଜଣାଯାଇଛି ।
ଆଜି ପୂର୍ବାହ୍ନ ୧୧ ଟାରେ ଶ୍ରୀ ଜଗନ୍ନାଥ ସେନା ଓ ସେବାୟତ ସଂଘ ମିଳିତ ଆନୁକୂଲ୍ୟରେ ବିଭିନ୍ନ ସାମାଜିକ ସଂଗଠନ ସ୍ଥାନୀୟ ପଚୁଂଦୋଳ ପଡିଆ ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ଠାରେ ପହଚିଂଥ୍ôଲେ । ସେଠାରେ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।
ଏଠାରେ ସୂଚନା ଥାଉକି ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ୧୩୬୩ ଖ୍ରୀଷ୍ଟାଦ୍ଦରୁ ପାଳିତ ହୋଇଆସୁଛି । ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କର ବୃହତର ଆଶା ଓ ଆକାଂକ୍ଷା ଦୃଷ୍ଟିରୁ ରଣପୁରରେ ରଥଯାତ୍ରା ପାଳନ କରିବାକୁ ବିଭିନ୍ନ ସଂଗଠନ ଯଥା ଶ୍ରୀ ଜଗନ୍ନାଥ ସେନା ଓ ସେବାୟତ ସଂଘ ସମେତ ବଣିକ ସଂଘ, ପ୍ରେସ କ୍ଲବ୍, ବାର ଆସୋସିଏସନ, ମଟର ଆସୋସିଏସନ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆଦି ବହୁ ସଦଂଗଠନ ତରଫରୁ ନିବେଦନ କରାଯାଇଛି । ଏଥିରେ ଶ୍ରୀ ଜଗନ୍ନାଥ ସେନା ପ୍ରମୁଖ ସଭ୍ୟ ଶ୍ରୀକାନ୍ତ କୁମାର ସାହୁ, ବିରଜା ମିଶ୍ର, ଅଶୋକ କୁମାର ମହାପାତ୍ର, ବିଜୟ କୁମାର ମହାପାତ୍ର, ବିଷ୍ନୁପ୍ରସାଦ ମିଶ୍ର, ସେବାୟତ ସଂଘ ବରିଷ୍ଠ ସଭ୍ୟ ମନୋଜ କୁମାର ମହାପାତ୍ର, ବାବୁ ନନ୍ଦ, ପ୍ରଫୁଲ କୁମାର ନନ୍ଦ, ଲଳିତ କୁମାର ନନ୍ଦ, ବଣିିକ ସଂଘ ପ୍ରମୁଖ ସଭ୍ୟ ଅର୍ଜୁନ ଶର୍ମା, ବାରଆସୋସିଏସନ ସଭ୍ୟ ନୃସିଂହଚରଣ ବର୍ଦ୍ଧନ ସାମନ୍ତ, ସରପଚଂ ଦିଲ୍ଲିପ ଜେନା, ସମାଜ ସେବୀ ମାଧବ ଚନ୍ଦ୍ର ପ୍ରଧାନ, ମନୋରଂଜନ ଷଡ଼ଙ୍ଗୀ, ଲିଙ୍ଗରାଜ ନାୟକ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥ୍ôଲେ ।
The post ରଣପୁର ରଥଯାତ୍ରା ପାଇଁ ପୁଣି ବିକ୍ଷୋଭ ପ୍ରଦର୍ଶନ, ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ first appeared on Sambad.from କରୋନା | Sambad https://ift.tt/3vDPilI
0 Comments