
ପୁରୀ: ଆଜି ସ୍ଵର୍ଗଦ୍ଵାର ଠାରେ ଷ୍ଟେଟ ବ୍ୟାଙ୍କ ପୁରୀ ମେନ୍ ବ୍ରାଞ୍ଚ ଓ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନଷ୍ଠାନ ନିର୍ମାଣ ମିଳିତ ଆନୁକୁଲ୍ୟରେ ସ୍ଵର୍ଗଦ୍ଵାର ଠାରେ ଦାହ କାର୍ଯରେ ନିୟୋଜିତ ଥିବା ସଂସ୍କାର ସେବକ ମାନଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି। ଏଠାରେ କାର୍ଯ କରୁଥିବା ପ୍ରାୟ ୫୦ ଦାହାକ୍ ଓ ପରିମଳ ସେବକ ମାନଙ୍କୁ ଚୂଡା, ଚାଉଳ, ସୁଜି ଚିନି, ତେଲ ଇତ୍ୟାଦି ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପୁରୀ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ସମ୍ବିତ କୁମାର ପଟ୍ଟନାୟକ ଯୋଗ ଦେଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସହିତ ଦାହକ୍ ମାନଙ୍କୁ ବ୍ୟାଙ୍କରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇ ଥିଲେ। ଏଥି ସହିତ ସ୍ଵର୍ଗଦ୍ଵାର ସେବା ସମିତିକୁ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏକ ହାଇଡ୍ରିଲିକ ଟ୍ରାକ୍ଟର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇ ଥିଲେ। ସ୍ଵର୍ଗଦ୍ଵାର ସେବା ସମିତିର କାର୍ଯକାରି କମିଟି ସଦସ୍ୟ ତଥା ନିର୍ମାଣ ସମ୍ପାଦକ ସିଦ୍ଧାର୍ଥ ରାୟ ଷ୍ଟେଟ୍ ବ୍ୟାଙ୍କ୍ର ସହୋଜଗ ପାଇଁ ଧନ୍ୟବାଦ ଦେବା ସହିତ ଦାହକମାନଙ୍କୁ ସ୍ଵର୍ଗଦ୍ଵାରକୁ ଆସିଥିବା ବ୍ୟକ୍ତି ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇ ଥିଲେ।
ସୂଚନାଯୋଗ୍ୟ ଯେ ଗତ ୨୫ ଏପ୍ରିଲ୍ରୁ ସ୍ଵର୍ଗଦ୍ଵାରକୁ କୋଭିଡ କଟକଣା ଯୋଗୁଁ ବାହାର ଜିଲ୍ଲା ଶବଦାହ ପାଇଁ ପୁରୀ ଜିଲ୍ଲା ପ୍ରଶାନ ତରଫରୁ ବାରଣ କରାଯାଇଛି। ତେଣୁ ଦାହକ ମାନଙ୍କ ପାଇଁ ରାସନ୍ ସାମଗ୍ରୀ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇ ଥିଲା।ଏହି କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ସେବାକେନ୍ଦ୍ରର ଜନମେଞ୍ଜୟ ମହାନ୍ତି, ସନ୍ତୋଷ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ଶିବ ନାରାୟଣ ଦାସ, ସତ୍ୟନାରାୟଣ ସାହୁ, ବ୍ରଜ କିଶୋର ସାହୁ ପ୍ରଭୃତି ପରିଚାଳନା କରିଥିଲେ।
The post ନିର୍ମାଣ ଓ ଷ୍ଟେଟ ବ୍ୟାଙ୍କ୍ ତରଫରୁ ସ୍ଵର୍ଗଦ୍ଵାର ଦାହକଙ୍କୁ ରାଶନ ସାମଗ୍ରୀ ବଣ୍ଟନ first appeared on Sambad.from କରୋନା | Sambad https://ift.tt/2SC7lex
0 Comments