ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୨୩୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୨୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୪୦ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଯାଜପୁର ଜିଲ୍ଲାରୁ ୩୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୨୯୪, ପୁରୀରୁ ୨୧୫, ବାଲେଶ୍ୱରରୁ ୨୦୩, ଅନୁଗୁଳରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୭, ଜଗତସିଂହପୁରରୁ ୧୪୩, ଭଦ୍ରକରୁ ୧୩୩, ମୟୂରଭଂଜରୁ ୧୨୮ ଓ ନୟାଗଡ଼ରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ୭୩, ମାଲକାନଗିରିରୁ ୭୦, କେନ୍ଦୁଝରରୁ ୬୭, କନ୍ଧମାଳ ୬୦, ରାୟଗଡ଼ା ୫୩, ଢେଙ୍କାନାଳ ୪୪, କଳାହାଣ୍ଡିରୁ ୩୯, ସମ୍ବଲପୁରରୁ ୩୮, ବଲାଙ୍ଗୀର ଏବଂ ବୌଦ୍ଧରୁ ୩୭ ଲେଖାଏଁ, ବରଗଡ଼, କୋରାପୁଟରୁ ୩୬ ଲେଖାଏଁ, ନବରଂଗପୁରରୁ ୨୯, ନୂଆପଡ଼ାରୁ ୧୮, ସୁବର୍ଣ୍ଣପୁରରୁ ୧୬, ଗଜପତିରୁ ୧୩, ଦେବଗଡ଼ ଏବଂ ଗଂଜାମରୁ ୧୦ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୫ ଓ ରାଜ୍ୟପୁଲରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୨୩୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୮ first appeared on Sambad.

from କରୋନା | Sambad https://ift.tt/3Ac36qZ

Post a Comment

0 Comments