
ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସଂଖ୍ୟା ଏବେ ୫୦ ଛୁଇଁଲାଣି। ରାଜଧାନୀ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି। ଏବେ ସୁଦ୍ଧା ୬ଜଣଙ୍କ ଜୀବନ ନେଇ ସାରିଲାଣି ବ୍ଲାକ୍ ଫଙ୍ଗସ୍। ତେବେ ବ୍ଲାକ୍ ଫଙ୍ଗସ୍ର ଚିକିତ୍ସା ପାଇଁ ଆମ୍ପୋଟେରିସିନ୍-ବି ଇଞ୍ଜେକସନ୍ର ଆବଶ୍ୟକତା ଥିବା ବେଳେ ଏହାର ଉତ୍କଟ ଅଭାବ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି କରୁଛି।
ଗତ ମାସ ୧୧ ତାରିଖରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିଲେ। ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। କେବଳ ରାଜଧାନୀ ନୁହେଁ, ଭିମସାର ବୁର୍ଲା ଓ ଏମ୍କେସିଜିରେ ମଧ୍ୟ ରୋଗୀ ଚିହ୍ନଟ ହୋଇଥିଲେ। ଏ ପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚି ଗଲାଣି। ଏପରିକି କିଛି ରୋଗୀଙ୍କର ଆଖି ମଧ୍ୟ ଏହା ଯୋଗୁଁ ନଷ୍ଟ ହୋଇଯାଇଛି। ସେହିପରି ୬ଜଣ ଏଥିରେ ପ୍ରାଣ ହରାଇ ସାରିଲେଣି।
ଅପରପକ୍ଷରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଆମ୍ପୋଟେରିସିନ୍-ବି ଇଞ୍ଜେକସନ୍ର ରାଜ୍ୟରେ ଉତ୍କଟ ଅଭାବ ରହିଛି। କେନ୍ଦ୍ର ସରକାରଙ୍କ ନିକଟରୁ ଏହି ଇଞ୍ଜେକସନ୍ କମ୍ ସଂଖ୍ୟାରେ ଆସୁଛି। ଫଳରେ ଡାକ୍ତରମାନେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଆପଣାଉଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି।
The post ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା, ୬ ମୃତ first appeared on Sambad.from କରୋନା | Sambad https://ift.tt/3z6chZt
0 Comments