ଭୁବନେଶ୍ବର : ରବିବାର ରାଜଧାନୀରୁ ୫୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୨୬ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଲଗାତାର ଅଧିକ ରହୁଥିବାରୁ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ତଳକୁ ଖସିଛି। ମେ’ ମାସରେ ଲଗାତାର ଦୁଇ ସପ୍ତାହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଉପରେ ରହୁଥିବାବେଳେ ମେ ୨୨ରେ ଏହା ୧୨,୮୫୨ରେ ପହଞ୍ଚିଥିଲା। ଏହି ସମୟରେ ଲୋକମାନେ ହସ୍ପିଟାଲରେ ଶଯ୍ୟା ପାଇନଥିଲେ। ଏପରିକି ବହୁ ଆକ୍ରାନ୍ତ ଆଇସିୟୁ, ଭେଣ୍ଟିଲେଟର ନପାଇ ମୃତ୍ୟୁ ବରଣ କଲେ କିନ୍ତୁ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ହସ୍ପିଟାଲରେ ମଧ୍ୟ ଚାପ କମିଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହସ୍ପିଟାଲରେ ଏବେ ଶଯ୍ୟାର ଅଭାବ ନାହିଁ। ପର୍ଯ୍ୟାନ୍ତ ଅକ୍ସିଜେନ୍ ଶଯ୍ୟା ଅଛି। ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ଏପରିକି ଏବେ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନେ କମ୍‌ ଦିନରେ ସୁସ୍ଥ ହୋଇଯାଉଛନ୍ତି। ଯାହା ଆମ ପାଇଁ ଏକ ଭଲ ଖବର। ରବିବାର ରାଜଧାନୀରୁ ୫୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାମନ୍ତରାପୁରରୁ ୧୯ଜଣ, ଚନ୍ଦ୍ରଶେଖରପୁରରୁ ୨୧, ଖଣ୍ଡଗିରିରୁ ୩୦, ଲକ୍ଷ୍ମୀସାଗରରୁ ୧୬, ଝାରପଡ଼ାରୁ ୧୧, ଡୁମଡୁମାରୁ ୩୨, ନୂଆପଲ୍ଲୀରୁ ୧୪, ପାତ୍ରପଡ଼ାରୁ ୧୩, ରସୁଲଗଡ଼ରୁ ୧୫, ୟୁନିଟ-୬ରୁ ୧୨, ନୀଳାଦ୍ରିବିହାରରୁ ୧୧, ସହିଦନଗରରୁ ୧୩, ୟୁନିଟ-୯ରୁ ୧୧, ଶୈଳଶ୍ରୀବିହାରରୁ ୧୪, ଭିଏସ୍‌ଏସ୍‌ ନଗରରୁ ୧୭, ପଟିଆରୁ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The post ରାଜଧାନୀରେ ୫ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.

from କରୋନା | Sambad https://ift.tt/3xgqBwM