ରାଉରକେଲା ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରାସନ ବଣ୍ଟନ

ରାଉରକେଲା: ଲକଡାଉନ ସମୟରେ ରାଉରକେଲା ସହରରେ ଥିବା କିନ୍ନରମାନଙ୍କୁ ମହାନଗର ନିଗମ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଶୁକ୍ରବାର ଦିନ ସ୍ଥାନୀୟ ଗୋପବନ୍ଧୁପାଲୀଠାରେ ପ୍ରାୟ ୩୦ ଜଣ କିନ୍ନରଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି। ମହାନଗର ନିଗମର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡ଼ାଇକ୍ ଉପସ୍ଥିତ ରହି ଏହି ସାମଗ୍ରୀ ବଣ୍ଟନ କରିଥିଲେ।

ଏହି ରାସନ କିଟରେ ଚାଉଳ, ଆଳୁ, ପିଆଜ ଓ ତେଲ ଆଦି ରହିଛି। ଏହିସବୁ ସାମଗ୍ରୀକୁ ସ୍ୱତନ୍ତ୍ର ଗାଡ଼ିରେ ମହାନଗର ନିଗମ ପକ୍ଷରୁ ନିଆଯାଇ ବଣ୍ଟନ କରାଯାଇଥିଲା। ହିତାଧିକାରୀମାନେ କୋଭିଡ୍ ନିୟମ ପାଳନ କରି ଗାଡ଼ି ନିକଟରୁ ଆସି ରାସନ ନେଇଥିଲେ।

ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହରୀ ବେଳେ ମଧ୍ୟ ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରାସନ ଦିଆଯାଇଥିଲା। ଏହି ସୁବିଧା ପାଇଁ ସୁନ୍ଦରଗଡ଼ ଜିଲ୍ଲା କିନ୍ନର ଆସୋସିଏସନ ପକ୍ଷରୁ ରାଜ୍ୟ ସରକାର ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ରାଉରକେଲା ମହାନଗର ନିଗମ ପକ୍ଷରୁ କିନ୍ନରମାନଙ୍କୁ ରାସନ ବଣ୍ଟନ first appeared on Sambad.

from କରୋନା | Sambad https://ift.tt/2TiEkED

Post a Comment

0 Comments