ନୂଆଦିଲ୍ଲୀ: ଦୁଇ ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ବିସ୍ତାର ଲାଭ କରୁଥିବା ଏକ ପ୍ରଜାତିର କୋରୋନାଭାଇରସ୍ଦ୍ବାରା ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି କରିଥାଏ ବୋଲି ଶୁକ୍ରବାର ଦିନ ଆମେରିକୀୟ ରାଷ୍ଟ୍ରପତିଙ୍କ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ଗଣମାଧ୍ୟମକୁ କହିଛନ୍ତି।
ସେ କହିଛନ୍ତି, ଦୁଇ ଡୋଜ୍ ‘ଏମ୍ଆର୍ଏନ୍ଏ’ ଟିକା ‘ଫାଇଜର୍’ ମଧ୍ୟରେ ଉଚିତ ବ୍ୟବଧାନ ହେଉଛି ୩ ସପ୍ତାହ ଏବଂ ‘ମଡର୍ଣ୍ଣା’ ମଧ୍ୟରେ ବ୍ୟବଧାନ ହେଉଛି ୪ ସପ୍ତାହ। ଏହି ବ୍ୟବଧାନ ବା ଅନ୍ତର ବୃଦ୍ଧି କରାଗଲେ ଜଣେ ‘କୋଭିଡ୍ ଭେରିଆଣ୍ଟ୍’ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଉପୁଜି ପାରେ।
ଇଂଲଣ୍ଡ୍ରେ ସେମାନେ ଦୁଇ ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି କରିଛନ୍ତି। ସେ କ୍ଷେତ୍ରରେ ଜଣେ ‘ଭେଣିଆଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇପାରେ। ତେଣୁ, ଆମର ପରାମର୍ଶ ନିର୍ଦ୍ଧାରିତ ବ୍ୟବଧାନ ଅନୁସାରେ ଟିକା ନିଅନ୍ତୁ।
ସେ ଆହୁରି ମଧ୍ୟ କହିଛନ୍ତି, ଟିକା ଯୋଗାଣ ସଙ୍କଟ କ୍ଷେତ୍ରରେ ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ଚଳଣୀୟ। ସୂଚନାଯୋଗ୍ୟ, ଗତ ମାସରେ ଭାରତ ସରକାର ୬ ରୁ ୮ ସପ୍ତାହ ଥିବା ‘କୋଭିସିଲ୍ଡ୍’ ଟିକା ଡୋଜ୍ ମଧ୍ୟସ୍ଥ ବ୍ୟବଧାନକୁ ୧୨ ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲେ। ଏହାଦ୍ବାରା ଟିକାର ଫଳପ୍ରଦତା ବୃଦ୍ଧି ପାଇବ ବୋଲି କୁହାଯାଇଥିଲା। କିନ୍ତୁ, ଟିକା ଅଭାବ ଯୋଗୁଁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ଡାକ୍ତର ଫାଉଚି କହିଥିଲେ, ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ଯୁକ୍ତିଯୁକ୍ତ ବିଚାର।
କିନ୍ତୁ, ଶୁକ୍ରବାର ଦିନ ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଭୂତାଣୁ ସଂକ୍ରମଣ ବେଗକୁ ଅତିକ୍ରମ କରିବା ଲାଗି ଯେତେ ଶୀଘ୍ର ସମ୍ଭବ ଲୋକମାନଙ୍କୁ ଟିକା ଦିଆଯିବା ଉଚିତ। ବିଶେଷକରି ଅଧିକ ସଂକ୍ରମଣଶୀଳ ‘ଡେଲ୍ଟା ଭେରିଆଣ୍ଟ୍’ ପାଇଁ ଏହା ଜରୁରୀ।
The post ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିପଜ୍ଜନକ ହୋଇପାରେ: ଡାକ୍ତର ଫାଉଚି first appeared on Sambad.from କରୋନା | Sambad https://ift.tt/3xhBRZK
0 Comments