
ନୂଆଦିଲ୍ଲୀ : ଗତ ମଙ୍ଗଳବାର ଦେଶରେ ଦୈନିକ ସଂକ୍ରମଣ ୫୨ ଦିନ ଭିତରେ ସର୍ବନିମ୍ନ ରହିବା ପରେ ଗତ ୩୫ ଦିନ ଭିତରେ ସର୍ବନିମ୍ନ ଦୈନିକ କୋଭିଡ୍ ମୃତ୍ୟୁ ଆଜି ଦେଖିବାକୁ ମିଳିଛି। ତେବେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ପ୍ରକ୍ରିୟା ଜାରି ରହିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିଛି।
ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୩୪,୧୫୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୨,୮୪,୪୧,୯୮୬ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ଏହି ସମୟରେ ୨,୮୮୭ ଜଣ କୋଭିଡ୍ ପୀଡ଼ିତ ଆଖି ବୁଜିଥିବା ଜଣାଯାଇଛି। ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୩,୩୭,୯୮୯ରେ ପହଞ୍ଚିଛି। ସେହିପରି ଲଗାତାର ୨୧ ଦିନ ପାଇଁ ଅଧିକ ସଂଖ୍ୟକ କୋଭିଡ୍ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟରେ ୨,୧୧,୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୨,୬୩, ୯୦,୫୮୪ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୮୦,୨୩୨ରୁ ଖସି ଆସି ୧୭,୧୩,୪୧୩ରେ ପହଞ୍ଚିଛି। ଲଗାତାର ଦଶମ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିଛି।
The post ଦେଶରେ ଆରୋଗ୍ୟ ହାର ବଢ଼ୁଛି first appeared on Sambad.from କରୋନା | Sambad https://ift.tt/3uJT4JT
0 Comments