କୋଭିଡ୍‌ ମୃତ୍ୟୁସଂଖ୍ୟା ସଂଶୋଧନ କଲା ବିହାର; ୭୨% ବୃଦ୍ଧି ପାଇ ୯୦୦୦‌ ହେଲା ମୃତ୍ୟୁସଂଖ୍ୟା

ପାଟନା: ବିହାର ରାଜ୍ୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟାରେ ବ୍ୟାପକ ସଂଶୋଧନ କରିବା ପରେ ଏବେ ତାହା ୭୨% ବୃଦ୍ଧି ପାଇ ୯୦୦୦ ଟପିଯିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ବୁଧବାର ଦିନ ନୀତୀଶ କୁମାରଙ୍କ ସରକାର ରିପ‌ୋର୍ଟ କଲେ ଯେ, ସମ୍ପ୍ରତି ରାଜ୍ୟବ୍ୟାପୀ ମହାମାରୀଜନିତ ମୃତ୍ୟୁସଂଖ୍ୟା ୯,୪୨୯। ବିହାର ରାଜ୍ୟର ମୃତ୍ୟୁସଂଖ୍ୟାରେ ଏଭଳି ଅଚାନକ ବୃଦ୍ଧି କେନ୍ଦ୍ର ସରକାରଙ୍କ ଦୈନିକ କୋଭିଡ୍‌ ମୃତ୍ୟୁ ହିସାବକୁ ମଧ୍ୟ ପ୍ରଭାବିତ କରିଛି।

ସୂଚନାଯୋଗ୍ୟ, ଏପ୍ରିଲ୍‌-ମେ ମାସରେ କୋଭିଡ୍‌ ମହାମାରୀର ଦ୍ବିତୀୟ ପ୍ରବାହ ଦ୍ରୁତ ବେଗରେ ବିସ୍ତାର ଲାଭ କରୁଥିବା ବେଳେ ବିହାର ସରକାର ମହାମାରୀ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ହେବା ପରେ ମୃତ୍ୟୁସଂଖ୍ୟା ଅଡିଟ୍‌ କରିବା ଲାଗି ପାଟନା ହାଇକୋର୍ଟ ନିର୍ଦେଶ ଦେଇଥିଲେ।

Image Courtesy of India Today

ତିନି ସପ୍ତାହ ପରେ ପ୍ରାପ୍ତ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଲା ଯେ, ୨୦୨୦ ଏବଂ ୨୦୨୧ ମାର୍ଚ ମଧ୍ୟରେ ବିହାରରେ କୋଭିଡ୍‌-୧୯ ଯୋଗୁଁ ୧୬,୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବର୍ଷ ଏପ୍ରିଲ୍‌ ରୁ ଜୁନ୍‌ ମାସ ମଧ୍ୟରେ ପ୍ରାୟ ୬ଗୁଣ ଅଧିକ ଅର୍ଥାତ୍ ୭,୭୭୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମୃତ୍ୟୁସଂଖ୍ୟା ୫,୫୦୦ ବୋଲି ଉଲ୍ଲେଖ କରିଥିବା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସମ୍ପ୍ରତି କହିଛି ଯେ, ସବୁ ଜିଲ୍ଲାରେ ଯାଞ୍ଚ କରାଯିବା ପରେ ୭୨% ଅଧିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୩୮ ଜିଲ୍ଲାରେ କେତେ ଲେଖାଏଁ ମୃତ୍ୟୁ ଘଟିଛି, ସ୍ବାସ୍ଥ୍ୟ ବିଭାଗ ଉଲ୍ଲେଖ କରିଥିଲେ ମଧ୍ୟ ଏହି ଅତିରିକ୍ତ ମୃତ୍ୟୁ କେବେ ଘଟିଛି ତାହା ଉଲ୍ଲେଖ କରିନାହିଁ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ରାଜଧାନୀ ପାଟନାରେ ୨,୩୦୩ ଅଧିକ ମୃତ୍ୟୁ ଘଟିଥିବା ଯାଞ୍ଚ ରିପୋର୍ଟରେ ଉଲ୍ଲେଖ ଅଛି।

The post କୋଭିଡ୍‌ ମୃତ୍ୟୁସଂଖ୍ୟା ସଂଶୋଧନ କଲା ବିହାର; ୭୨% ବୃଦ୍ଧି ପାଇ ୯୦୦୦‌ ହେଲା ମୃତ୍ୟୁସଂଖ୍ୟା first appeared on Sambad.

from କରୋନା | Sambad https://ift.tt/3wch35Z

Post a Comment

0 Comments