ଭୁବନେଶ୍ବର: କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣର ସଫଳତା ମିଳିବାକୁ ଯାଉଛି। କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ। ଏହି ଔଷଧର ନାଁ ହେଉଛି ‘ମୋଲନୁପିରାଭିର’। ନାଟକୋ ଫାର୍ମା କମ୍ପାନି ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି।
୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ ହୋଇଛି। ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଏହି ଔଷଧ ଭାରତକୁ ଆସିଯିବ। ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ଦିଆଗଲେ ମାତ୍ର ୫ ଦିନ ଭିତରେ ସେ କରୋନା ମୁକ୍ତ ହୋଇପାରିବେ ବୋଲି ଦାବି କରିଛନ୍ତି ଡାକ୍ତର ନିରୋଜ ମିଶ୍ର।
The post ‘ମୋଲନୁପିରାଭିର’ ଔଷଧ ସେବନ କଲେ ୫ ଦିନରେ କରୋନା ମୁକ୍ତ ହୋଇପାରିବେ ଆକ୍ରାନ୍ତ: ଡାକ୍ତର ନିରୋଜ ମିଶ୍ର first appeared on Sambad.from କରୋନା | Sambad https://ift.tt/2RZVaI7
0 Comments