
ୱାସିଂଟନ୍: ଜୁଲାଇ ୪ ତାରିଖ ଛୁଟିଦିନ ପୂର୍ବରୁ ଅଧିକରୁ ଅଧିକ ଆମେରିକୀୟମାନଙ୍କୁ ଟିକା ଦିଆଇବା ଲାଗି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ ‘ଅଭିଯାନ ମାସ’ ଘୋଷଣା କରିବା ପରେ ଟିକା ନେଉଥିବା ବ୍ୟକ୍ତିବିଶେଷଙ୍କୁ ହ୍ବାଇଟ୍ ହାଉସ୍ ତରଫରୁ ମାଗଣାରେ ‘ବିୟର୍’ ଦିଆଯିବ ବୋଲି ବ୍ୟବସ୍ଥା କରାଯାଇଛି।
ହ୍ବାଇଟ୍ ହାଉସ୍ରେ ଆମେରିକାର ଟିକାକରଣ ଯୋଜନାର ସଦ୍ୟତମ ରିପୋର୍ଟ ଘୋଷଣା କରିବା ସହ ସ୍ବାଧୀନତା ଦିବସ ପୂର୍ବରୁ ୭୦% ପ୍ରାପ୍ତ ବୟସ୍କଙ୍କୁ ଆଂଶିକ ଟିକା ଦେବା ଲାଗି କରିଥିବା ଯୋଜନା ସଂକ୍ରାନ୍ତରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି। ଚଳିତ ଗ୍ରୀଷ୍ମଋତୁ ସୁଦ୍ଧା ଆମେରିକାକୁ ପ୍ରାକ୍-ମହାମାରୀ ଅବସ୍ଥାକୁ ଫେରାଇ ନେବା ତାଙ୍କର ଲକ୍ଷ୍ୟ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି।
ଏହା ବ୍ୟତିରେକେ, ଆମେରିକୀୟମାନଙ୍କୁ ଟିକା ଦିଆଯିବା ଗତିଶୀଳତା ବଜାୟ ରଖିବା ଲାଗି ପାନୀୟ ନିର୍ମାତା ‘ଆନ୍ହାଇଜର୍-ବୁସ୍’ ମଧ୍ୟ ନଗଦ ଟଙ୍କା ବଣ୍ଟନ, ଖେଳ ଦେଖି ଯିବା ଲାଗି ଟିକେଟ୍ କିଂବା ସବେତନ ଛୁଟି ଆଦି ବ୍ୟବସ୍ଥା କରିଛି।
ହ୍ବାଇଟ୍ ହାଉସ୍ କହିଛି ଯେ, ଆମେରିକୀୟମାନଙ୍କୁ ଟିକା ନେବା ଲାଗି ଉତ୍ସାହ ଦେବା ପାଇଁ ବାଇଡେନ୍ଙ୍କ ‘ଅଭିଯାନ ମାସ’ରେ ସରକାରୀ ଓ ବେସରକାରୀ ସହଯୋଗିତା ଉପଯୋଗ କରାଯିବ। ଟିକାକରଣର ଉପକାରିତା ଏବଂ ଟିକା ନେବା ଲାଗି ବାର୍ତ୍ତା ପ୍ରସାର କରିବା ପାଇଁ ଏହି ଅଭିଯାନରେ ବ୍ୟବସାୟିକ ପ୍ରତିଷ୍ଠାନ, ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ, କଲେଜ୍, ସେଲିବ୍ରିଟି ଏବଂ ଗୋଷ୍ଠୀକେନ୍ଦ୍ରିକ ପ୍ରତିଷ୍ଠାନଗୁଡ଼ିକୁ ସାମିଲ କରାଯିବ।
The post ଅଭିଯାନ ମାସ: ଆମେରିକୀୟଙ୍କୁ କୋଭିଡ୍-୧୯ ଟିକା ଦିଆଇବା ଲାଗି ମାଗଣା ବିୟର୍ ବ୍ୟବସ୍ଥା କଲେ ରାଷ୍ଟ୍ରପତି ଜୋ ବାଇଡେନ୍ first appeared on Sambad.from କରୋନା | Sambad https://ift.tt/2RfgkS8
0 Comments