ଜିନିଭା: ଗରିବ ରାଷ୍ଟ୍ରମାନଙ୍କରେ ଟିକାର ଘୋର ଅଭାବ ପଡ଼ିଥିବା ବେଳେ କୋଭିଡ୍‌-୧୯ ସଂକ୍ରମଣର ବିଶେଷ ବିପଦ ନ ଥିବା ତରୁଣମାନଙ୍କୁ ଟିକା ଦେବା ସହ ବିତ୍ତଶାଳୀ ରାଷ୍ଟ୍ରମାନେ ସମାଜିକ ବ୍ୟବସ୍ଥା ଚାଲୁ କଲେଣି ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଅଧାନମ୍‌ ଗେବ୍ରେସିୟସ୍‌ କହିଛନ୍ତି, ସମଗ୍ର ବିଶ୍ବରେ ‘ଡେଲ୍‌ଟା ଭେରିଆଣ୍ଟ୍‌’ ବିସ୍ତାର ଲାଭ କରୁଥିବା ବେଳେ ବିଗତ ସପ୍ତାହ ତୁଳନାରେ ଗତ ସପ୍ତାହରେ ନୂତନ ସଂକ୍ରମଣ ଏବଂ ମୃତ୍ୟୁ ହାର ପ୍ରାୟ ୪୦% ବୃଦ୍ଧି ପାଇଥିବା ଆଫ୍ରିକାର ପରିସ୍ଥିତି ଅତି ବିପଜ୍ଜନକ।

Image Courtesy of FMT

ସେ କହିଛନ୍ତି, ବିଶ୍ବ ସମ୍ପ୍ରଦାୟ ରୂପେ ଆମେ ବିଫଳ ହେଉଥିବାରୁ ଆମ ବିଶ୍ବ ବିଫଳ ହେଉଛି।

ସ୍ବଳ୍ପ ଆୟକାରୀ ଦେଶମାନଙ୍କୁ ଟିକା ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଥିବା ଅନାମିତ ଦେଶମାନଙ୍କୁ ଏଥିପାଇଁ ଇଥିଓପିଆ ବାସିନ୍ଦା ଟେଡ୍‌ରସ୍‌ ଭର୍ତ୍ସନା କରିଛନ୍ତି। ଏ ଘଟଣାକୁ ସେ ଏଚ୍‌ଆଇଭି/ଏଡ୍‌ସ୍‌ ସଙ୍କଟ ସହ ତୁଳନା କରିଛନ୍ତି। ସେତେବେଳେ କେତେକ ଯୁକ୍ତି ବାଢ଼ିଥିଲେ ଯେ, ଏ ପ୍ରକାର ଜଟିଳ ଚିକିତ୍ସା ଉପଯୋଗ କରିବା ଲାଗି ଆଫ୍ରିକୀୟ ଦେଶମାନେ ଅସମର୍ଥ।

ଏହି ମର୍ମରେ ଟେଡ୍‌ରସ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ମୋ କହିବା କଥା, ଏଭଳି ମନୋଭାବ ଅତୀତ କଥା। ଏବର ସମସ୍ୟା ହେଉଛି ଯୋଗାଣ ସମସ୍ୟା, ଆମକୁ ଖାଲି ଟିକା ଦିଅନ୍ତୁ।

ଧନୀ ଓ ଦରିଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଫରକ ସମ୍ପ୍ରତି ଆମ ବିଶ୍ବରେ ଚାଲିଥିବା ଅନ୍ୟାୟର ପରିପ୍ରକାଶ କରୁଛି। ଚାଲନ୍ତୁ, ବିଶ୍ବରେ ଚାଲିଥିବା ଅନ୍ୟାୟ, ଅସମତାର ମୁକାବିଲା କରିବା।

The post ଗରିବ ରାଷ୍ଟ୍ରମାନଙ୍କରେ ଟିକାର ଅଭାବ ହେତୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ନିବେଦନ:  ଆମକୁ ଖାଲି ଟିକା ଦିଅନ୍ତୁ first appeared on Sambad.

from କରୋନା | Sambad https://ift.tt/3vRSmuA