
ଗାନ୍ଧୀନଗର: କରୋନା ଭୂତାଣୁ ସଂକ୍ରମଣର ଦ୍ୱିିତୀୟ ଲହର ଏବେ ଦେଶରେ କମି କମି ଆସୁଥିବା ବେଳେ ସଂକଟ ଏବେ ସମାପ୍ତ ହୋଇ ନାହିଁ । କରୋନାକୁ ନେଇ ଦୈନିକ ନୂଅ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଗୁଜୁରାଟରୁ ପୁଣି ଏକ ନୂଆ ତଥ୍ୟ ଆସିଛି । ଗୁଜୁରାଟର ସବୁଠାରୁ ମହତ୍ୱପୂର୍ଣ୍ଣ ନଦୀ କୁହାଯାଉଥିବା ସାବରମତୀ ନଦୀ ଜଳ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଗୁଜୁରାଟର ଅହମ୍ମଦାବାଦ ମଧ୍ୟରେ ଯାଇଥିବା ସାବରମତୀ ନଦୀର ଜଳକୁ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେଥିରୁ ୨୫ ପ୍ରତିଶତ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି ।
କେବଳ ସେତିକି ନୁହେଁ ଏହା ବ୍ୟତୀତ ଅହମ୍ମଦାବାଦର ଦୁଇଟି ହ୍ରଦ (କାଙ୍କାରିଆ ଓ ଚନ୍ଦୋଲା) ର ଜଳ ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି । କହିରଖୁ କି ସାବରମତୀ ପୂର୍ବରୁ ଗଙ୍ଗନଦୀ ସହିତ ଜଡିତ କିଛି ସ୍ୱରେଜ ଜଳରୁ ବି କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏବେ ପ୍ରାକୃତିକ ଜଳରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି ।
ଆଇଆଇଟି ଗାନ୍ଧୀନଗର ତରଫରୁ ସାବରମତୀ ନଦୀର ଜଳରୁ ନମୁନା ନିଆଯାଇଥିଲା । ଏହାର ଅଧ୍ୟୟନ ପରେ ପ୍ରଫେସର ମନୀଷ କୁମାର କହିଛନ୍ତି କି, ଯାଂଚ ବେଳେ ଏହି ଜଳରେ ୨୫ ପ୍ରତିଶତ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ଯାହାକି ବିପଦ ବୋଲି ସେ କହିଛନ୍ତି ।
ପ୍ରଫେସର ମନୀଷ କହିଛନ୍ତି କି ସାବରମତୀ ନଦୀରୁ ୨୦୨୦ ସେପ୍ଟେମ୍ବର ୩ ତାରିଖରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଳ ନମୁନା ନିଆଯାଇଥିଲା । ଏହାପରେ ଏହାକୁ ଯାଂଚ କରିବା ବେଳେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପ୍ରଫେସର କହିଛନ୍ତି କି ସାବରମତୀ ନଦୀରୁ ୬୯୪ ନମୁନା, କାଙ୍କରିଆ ହ୍ରଦରୁ ୫୪୯ ନମୁନା ଓ ଚଂନ୍ଦୋଲା ହ୍ରଦରୁ ୪୦୨ ନମୁନା ସଂଗ୍ରହ କରାଯାଇଥିଲା । ଏହି ସବୁ ନମୁନାରେ କରୋନା ଭୂତାଣୁ ଥିବା ସେ ସୂଚନା ଦେଇଛନ୍ତି ।
ଏଭଳି ପରୀକ୍ଷଣର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବାରେ ଲାଗିଛି ଯେ ପ୍ରାକୃତିକ ଜଳରେ ବି କରୋନା ଭୂତାଣୁ ଜୀବୀତ ରହିପାରେ । ଏହାକୁ ନେଇ ବୈଜ୍ଞାନିକମାନେ ସବୁ ପ୍ରାକୃତିକ ଜଳକ୍ଷେତ୍ରକୁ ଯାଂଚ କରିବା ଦରକାର ବୋଲି କହିଛନ୍ତି ।
from କରୋନା | Sambad https://ift.tt/35yXl8F
0 Comments