
ଲଣ୍ଡନ୍ : ବ୍ରିଟେନ୍ର ଜଣେ ୭୨ ବର୍ଷୀୟ ବୃଦ୍ଧ ଲଗାତାର ୧୦ ମାସ ଧରି କରୋନାରେ ପୀଡ଼ିତ। ଏହା ଏକ ରେକର୍ଡ। ବ୍ରିଷ୍ଟଲ୍ର ଡାଭେ ସ୍ମିଥ୍ ୪୩ ଥର କରୋନା ସଂକ୍ରମିତ ହୋଇଛନ୍ତି। ୭ ଥର ସେ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଛନ୍ତି। ଡାଭେ ସ୍ମିଥ୍ ମୃତ୍ୟୁକୁ ଅତି ନକଟରୁ ବାରମ୍ବାର ଦେଖିବାପରେ ନିଜ ମୃତ୍ୟୁ ପରେ ଶେଷ ସଂସ୍କାରର ସମସ୍ତ ପ୍ରସ୍ତୁତି ସେ ନିଜେ କରିଦେଇଛନ୍ତି। ତେବେ ଡାଭେ କରୋନା ସଂକ୍ରମିତ ହେବାର ଦୀର୍ଘ ୩୦୫ ଦିନ ପରେ ତାଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି। ସ୍ମିଥ୍ଙ୍କ ମାମଲାକୁ ଭୂତାଣୁବିଜ୍ଞାନୀ ଆଣ୍ଡ୍ର୍ୟୁ ଡାଭିଡସନ୍ ବ୍ରିଷ୍ଟନ୍ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ସ୍ମିଥ୍ଙ୍କ ଫୁସ୍ଫୁସ୍ରେ ସମସ୍ୟା ରହିଛି ଏବଂ ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମିତ ହେବାର କିଛି ଦିନ ପୂର୍ବରୁ ସେ ଲ୍ୟୁକେମିଆରୁ ସୁସ୍ଥ ହୋଇଥିଲେ।
The post ଲଗାତାର ୧୦ମାସ ଧରି କରୋନାରେ ପୀଡ଼ିତ, ୪୩ ଥର ଟେଷ୍ଟ୍ ରିପୋର୍ଟ ପଜିଟିଭ୍ first appeared on Sambad.from କରୋନା | Sambad https://ift.tt/3A2vwDA
0 Comments