ରାଜ୍ୟରେ ଆଜି କରୋନାରୁ ୩୫୭୮ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୨

ଭୁବନେଶ୍ୱର:ରାଜ୍ୟରେ ଆଜି କରୋନା ଭାଇରସରୁ ୩୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୭ ହଜାର ୪୦୨ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୪୬, ବାଲେଶ୍ୱରରୁ ୨୬୨, ପୁରୀରୁ ୨୧୩, ଭଦ୍ରକରୁ ୧୫୮, ମୟୂରଭଂଜରୁ ୧୫୬, କେନ୍ଦ୍ରାପଡ଼ାରୁ ୧୩୯, ଜଗତସିଂହପୁରରୁ ୧୨୦ ଓ ସୁନ୍ଦରଗଡ଼ରୁ ୧୧୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ସେହିପରି ଅନୁଗୁଳ ଜିଲ୍ଲାରୁ ୧୧୬, ନୟାଗଡ଼ରୁ ୧୧୨, କୋରାପୁଟରୁ ୯୦, ରାୟଗଡ଼ାରୁ ୮୭, ଢେଙ୍କାନାଳରୁ ୮୧, ନବରଂଗପୁରରୁ ୭୬, ମାଲକାନଗିରିରୁ ୫୫, ବରଗଡ଼ରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୪୩, ବଲାଙ୍ଗୀର ଏବଂ କନ୍ଧମାଳରୁ ୪୦ ଜଣ ଲେଖାଏଁ, ବୌଦ୍ଧରୁ ୩୫, ଗଂଜାମରୁ ୩୦, ଗଜପତି ଏବଂ ସମ୍ବଲପୁରରୁ ୨୮, ସୁବର୍ଣ୍ଣପୁରରୁ ୨୭, ଦେବଗଡ଼, ଝାରସୁଗୁଡ଼ା ଏବଂ ନୂଆପଡ଼ାରୁ ୧୨ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

The post ରାଜ୍ୟରେ ଆଜି କରୋନାରୁ ୩୫୭୮ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୨ first appeared on Sambad.

from କରୋନା | Sambad https://ift.tt/3jjD7rO

Post a Comment

0 Comments