
ଅହମଦାବାଦ: କରୋନାର ସବୁଠାରୁ ବିପଜ୍ଜନକ ପ୍ରଜାତି ଏନ୍୪୪୦କେ ପ୍ରଜାତି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଠାବ ହେବାପରେ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ପ୍ରଥମେ ଆନ୍ଧ୍ର ପ୍ରଦେଶରେ ଠାବ ହୋଇଥିବା ଏହି ନୂଆ ପ୍ରଜାତି ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ମିଳିଥିଲା। ଏବେ ଗୁଜରାଟରେ ଏହି ପ୍ରଜାତି ଦ୍ବାରା ସଂକ୍ରମିତ ୯ଟି ମାମଲା ଠାବ ହୋଇଥିବା ବେଳେ ଛତିଶଗଡ଼ରେ ମଧ୍ୟ ଚିହ୍ନଟ ହୋଇଛି। କରୋନାର ଏହି ସବୁଠାରୁ ଶକ୍ତିଶାଳୀ ପ୍ରଜାତି ୧୦ ଗୁଣ ଅଧିକ କ୍ଷୀପ୍ର ସଂକ୍ରମଣ ଘଟାଇବା ସହ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାତ୍ର ୩-୪ ଦିନ ଭିତରେ ଅତି ଗମ୍ଭୀର ସ୍ଥିତିରେ ପହଞ୍ଚାଇ ଦେଉଛି।
ଏହି ଘାତକ ପ୍ରଜାତି ଏବେ ୫ଟିରୁ ଅଧିକ ରାଜ୍ୟରେ ଠାବ ହେବାପରେ ଆଗକୁ ଏହି ପ୍ରଜାତି ଗାଏବ ହେବ କିମ୍ବା ବଡ଼ ସଂକ୍ରମଣ ଆଣିବ ସେ ନେଇ ଗବେଷଣା ଜାରି ରହିଛି। ଏନ୍୪୪୦କେ ପ୍ରଜାତିର ସ୍ପାଇକ୍ ପ୍ରୋଟିନ୍ରେ ବଡ଼ ରୂପାନ୍ତର ହୋଇଥିବାରୁ ବର୍ତ୍ତମାନ ଉପଲବ୍ଧ ଥିବା କୋଭିଡ୍ ଟିକା ଏହାର କିଭଳି ମୁକାବିଲା କରୁଛି ତାହାର ଅନୁଧ୍ୟାନ ଚାଲିଛି। ମହାରାଷ୍ଟ୍ରରେ ୭୨୨ଟି କୋଭିଡ ଭାଇରସ୍ ଜିନୋମ ସିକ୍ୟୁନେ୍ସିଂରୁ ୯୧ଟିରେ ଏନ୍୪୪୦କେ ପ୍ରଜାତି ଚିହ୍ନଟ କରାଯାଇଥିଲା। ସେହିଭଳି ତେଲେଙ୍ଗାନାରେ ୮୧ ଏବଂ କର୍ଣ୍ଣାଟକରେ ୫୪ ମାମଲା ଠାବ ହୋଇଛି। ଏବେ ଗୁଜରାଟରେ ୯ଟି ଏନ୍୪୪୦କେ ମାମଲା ଠାବ ହୋଇଥିବା ଗବେଷଣା ସଂସ୍ଥା ଏସିଏସ୍ଆଇଆର୍ ରିପୋର୍ଟରୁ ଜଣାପଡ଼ିଛି।
The post ବିପଜ୍ଜନକ ପ୍ରଜାତି ଏନ୍୪୪୦କେ ବ୍ୟାପୁଛି: ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ରେ ସ୍ଥିତି ବିଗାଡ଼ିପାରେ first appeared on Sambad.from କରୋନା | Sambad https://ift.tt/3poLMdn
0 Comments